ବାଲିଚନ୍ଦ୍ରପୁର ବଜାରରୁ ୪ ଦୋକାନରୁ ଚୋରି

ଚଣ୍ଡିଖୋଲ: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିଚନ୍ଦ୍ରପୁର ବଜାରର ୪ ଟି ଦୋକାନରୁ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଛି। ଏହି ବଜାରର ପୁରୁଣା ସିନେମା ରୋଡରେ ଥିବା ମା’ ମେଡିସିନ ଦୋକାନ ଗୃହର ପଛପଟ ଝରକା କବାଟ ତାଡ଼ି ଦୁର୍ବୃତ୍ତମାନେ ବାକ୍ସରେ ଥିବା ୯୪ ହଜାର ଟଙ୍କା ସହିତ କିଛି ଔଷଧ ଚୋରି କରିନେଇଥିଲେ। ସେହିପରି ଶ୍ୟାମସୁନ୍ଦର ବଜାରରେ ଥିବା ଜଗଦମ୍ବା ମେଡିସିନ ଷ୍ଟୋର୍‌ରୁ ଦୁର୍ବୃତ୍ତମାନେ ୯୨ ହଜାର ଟଙ୍କା ଲୁଟି ନେଇଛନ୍ତି। ପରିବା ବଜାରରେ ଥିବା ନିକୁଞ୍ଜ ପରମାଣିକ ଓ ଦୁର୍ଯ୍ୟୋଧନ ସେଠୀଙ୍କ ଦୋକାନ ଭିତରେ ପଶି ଦୁର୍ବୃତ୍ତମାନେ ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି।

ମା’ ମେଡିସିନ ଦୋକାନ ମାଲିକ ସଞ୍ଜୟ ସାହାଣୀଙ୍କ ଅଭିଯୋଗ କ୍ରମେ ଥାନା କେସ ନମ୍ବର ୪୧୮/୨୨ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଚୋରଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିନାହିଁ। ଥାନା ପକ୍ଷରୁ ରାତ୍ର ଜଗୁଆଳ ଭାବେ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ୪ ଟି ଦୋକାନରୁ ଚୋରି ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ପହରା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବଣିକ ସଙ୍ଘ ସଭାପତି ଅଜୟ କୁମାର ବିଶ୍ୱାଳ ଓ ଅନ୍ୟ ବ୍ୟବସାୟୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର