ମା’ ସହିତ ଅନ୍ୟାୟ କରିଛି, ତାର କୌଣସି ସ୍ବପ୍ନ ପୁରା କରିନାହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ମଙ୍ଗଳବାର ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ସେ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ମା ସହିତ ଥିବା ସମ୍ପର୍କ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ମୋଦୀ କହିଥିଲେ ମୁଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋର ଯେତିକି କର୍ତ୍ତବ୍ୟ ପାଳନ କରିଛି ବା କରୁଛି  ଜଣେ ପୁଅ ହୋଇ ମା’ର କୌଣସି ସ୍ବପ୍ନ ମୁଁ ପୁରା କରି ପାରି ନାହିଁ। ତାଙ୍କୁ ମୁଁ  ହେଳା କରି ଦେଇଛି। ମା’ ସନ୍ତାନକୁ ଜନ୍ମ ଦେବାପରେ ତାକୁ ନେଇ ଅନେକ ସ୍ବପ୍ନ ଦେଖିଥାଏ। ମୋ ମା’ ବି ଦେଖିଥିଲେ କିନ୍ତୁ ମୁଁ ତାକୁ ପୁରଣ କରି ପାରି ନାହିଁ। ଆଜି ମା’ ମୋ ପାଖରେ ନାହାନ୍ତି। ସେ ଆମ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲିଯାଇଛନ୍ତି। ମୁଁ ମା’ ସହିତ ଅନ୍ୟାୟ କରିଛି। ଏକପ୍ରକାର ମୁଁ ମା’ଙ୍କ ପାଖରେ ଅପରାଧୀ।

ମା’ଙ୍କ ବିନା ଏହା ମୋର ପ୍ରଥମ ନିର୍ବାଚନ ହେବ। ଆଶା କରୁଛି ତାଙ୍କ ଆର୍ଶୀବାଦ ମୋ ଉପରେ ରହିଥିବ। ମୁଁ ଯାହାବି କରିବି ମୋ ସହିତ ଯାହା ବି ହେବ ତାହା ମୋ ମଙ୍ଗଳ ପାଇଁ ହେବ। ମା’ଙ୍କ ଶରୀର ମୋ ପାଖରେ ସିନା ନାହିଁ କିନ୍ତୁ ମୁଁ ପ୍ରତିଟି ପାଦରେ ମୋ ମା’ଙ୍କୁ ଅନୁଭବ କରିଥ‌ାଏ। ସତେ ଯେମିତି ସେ ମୋ ସହିତ ସବୁବେଳେ ଅଛନ୍ତି।’

ସମ୍ବନ୍ଧିତ ଖବର