ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

ରାଉରକେଲା: ନାବାଳିବାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଉଦିତନଗର ପୁଲିସ ମାଲଗୋଦାମ କୁମ୍ଭାରପଡ଼ା ଅଞ୍ଚଳର ସୋନୁ କୁମାର ଦମଦା (୫୦)କୁ ଗିରଫ କରିଛି। ସୂଚନା ଅନୁସାରେ, ସୋନୁ ଉକ୍ତ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ଏ ସଂପର୍କରେ କାହାକୁ ନଜଣାଇବା ପାଇଁ ସୋନୁ ନାବାଳିକାଙ୍କୁ ଧମକଚମକ ଦେଉଥିଲା।

ହୋଲି ଦିନ ସନ୍ଧ୍ୟାରେ ଘରେ କେହି ନଥିବା ଅବସ୍ଥାରେ ସୋନୁ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଶେଷରେ ନାବାଳିକା ଜଣକ ଏ ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକଙ୍କ ସହ ନାବାଳିକା ଉଦିତନଗର ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଆଜି ଘର ମାଲିକ ସୋନୁ କୁମାରକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର