‘ନାଟ୍ୟଚେତନା’ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନାଟକ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଚେତନା’ ଓ ଜଟଣୀ ମହାବିଦ୍ୟାଳୟର ମିଳିତ ସହଯୋଗରେ ଆସନ୍ତା ନଭେମ୍ବର ୧୬-୨୩ ତାରିଖ ପର୍ଯ୍ୟନ୍ତ ଏହି ସଂସ୍ଥାର ଅନ୍ତରଙ୍ଗ ନାଟକ କାର୍ଯ୍ୟକ୍ରମରେ ନାଟକ ‘ନୂଆ’ ମଞ୍ଚସ୍ଥ ହେବ। ଆସନ୍ତା ୧୬ ତାରିଖରେ ଜଟଣୀ କଲେଜ, ୧୮ରେ ଖୋର୍ଦ୍ଧାର ନାଟ୍ୟଗ୍ରାମ, ୨୦ ତାରିଖ ସନ୍ଧ୍ୟାରେ କୋରାପୁଟର ଦାମନଯୋଡ଼ି, ୨୧ ନଭେମ୍ବର ପୂର୍ବାହ୍ନରେ ଲକ୍ଷ୍ମୀପୁର କଲେଜ ଏବଂ ୨୩ ନଭେମ୍ବର ସନ୍ଧ୍ୟାରେ ବାଲେଶ୍ୱରଠାରେ ଏହି ନାଟକ ମଞ୍ଚସ୍ଥ ହେବ। ଏଥର ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ରଚିତ ଓ ସୁବୋଧଙ୍କ ନିର୍ଦ୍ଦେଶିତ ନାଟକ ‘ନୂଆ’ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ। ପୂର୍ବରୁ ଭାରତର ବିଭିନ୍ନ ଉତ୍ତର ପୂର୍ବ ରାଜ୍ୟରେ ଏହି ନାଟକ ମଞ୍ଚସ୍ଥ ହୋଇ ଲୋକପ୍ରିୟତା ଅର୍ଜନ କରିଛି। ଏହି କାର୍ଯ୍ୟକ୍ରମରେ ନାଟ୍ୟପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ‘ନାଟ୍ୟଚେତନା’ ପକ୍ଷରୁ ନିର୍ଦ୍ଦେଶକ ସୁବୋଧ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର