ଅଖତାର ଖାନ୍‌କୁ ଛାଡ଼ିଲା ଏନ୍‌ଆଇଏ

କଟକ : ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ଥିବା ଅଭିଯୋଗରେ ଆଜି ସକାଳେ କଟକରୁ ଗିରଫ ହୋଇଥିବା ଅଖତାର ଖାନ୍‌କୁ ଛାଡ଼ି ଦେଇଛି ନ୍ୟାସନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)। ପଚରା ଉଚରା ପରେ ଅଖତାରକୁ ଛାଡ଼ି ଦିଆଯାଇଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ପୁଣି ଅଖତାରକୁ ଡାକିପାରେ ଏନ୍‌ଆଇଏ। ଅଖତାର ଜଣେ ପୁଲିସ କନେଷ୍ଟବଳଙ୍କ ପୁଅ ଓ ସବ୍‌ ଇନ୍ସପେକ୍ଟରଙ୍କ ଭାଇ ହୋଇଥିବା ବେଳେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆତଙ୍କବାଦୀ ସଂଗଠନ ସହ ସଂପର୍କ ରଖିଥିବା ଅଭିଯୋଗରେ ଅବଦୁର ରହେମାନ୍‌ ପରେ ଅଖତାର ଖାଁ ଗିରଫ ହେବା ଘଟଣା ଜିଲ୍ଲାରେ ଉଦ୍‌ବେଗର କାରଣ ହୋଇଛି।

ସମ୍ବନ୍ଧିତ ଖବର