ସ୍ବାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ଭଲନାହିଁ

ଭୁବନେଶ୍ବର : ସର୍ବନିମ୍ନ ସମନ୍ବୟର ଅଭାବ ଓ ଔଷଧ ପରିବହନରେ ବିଳମ୍ବ ଯୋଗୁଁ ଜିଲ୍ଲା ଭିତରେ ଥିବା ସବୁ ନିରାମୟ କେନ୍ଦ୍ରଗୁଡ଼ିକରେ ଔଷଧ ଉପଲବ୍ଧ ହୋଇପାରୁନି। ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବିଶେଷଜ୍ଞ ପଦବି ଖାଲିପଡ଼ିଛି।

ନୂଆ ସ୍ବାସ୍ଥ୍ୟ ନୀତି କରିବାକୁ ରାଜ୍ୟ ସରକାର ପାଗ ଭି଼ଡି ପ୍ରତିଦିନ ତମ୍ବିତୋଫାନ କରୁଥିବା େବଳେ ବ୍ୟବସ୍ଥାରେ ଥିବା ଏଭଳି ମାଳ ମାଳ ଘଳିଆ ସାମ୍ନାକୁ ଆସିଛି। ସ୍ଥିତି ଏତେ ଗମ୍ଭୀର େଯ ସ୍ବାସ୍ଥ୍ୟ ବିଭାଗର କୌଣସି ଗୋଟିଏ ବି େଯାଜନାର ଶତ ପ୍ରତିଶତ ଲାଭ େଲାକେ ଉଠାଇ ପାରୁନାହାନ୍ତି। େଖାଦ୍ ସ୍ବାସ୍ଥ୍ୟ ବିଭାଗର ଉପଦେଷ୍ଟା କେ ଶ୍ରୀନାଥ ରେଡ୍ଡି ସରକାରଙ୍କୁ ଦେଇଥିବା ଏକ ରିେପାର୍ଟରେ ଏସବୁ ବିଫଳତା ସଂପର୍କରେ ଉଲ୍ଲେଖ ରହିଛି। ସ୍ବାସ୍ଥ୍ୟ ବିଭାଗର ଦୁର୍ବଳ ସ୍ବାସ୍ଥ୍ୟ େନଇ ଏହି ରିେପାର୍ଟ ଯଥେଷ୍ଟ ସଙ୍କେତ ଦେଇଛି।

ସରକାରୀ ତଥ୍ୟ କହୁଛି, ୨୦୧୭ରେ ସରକାର ପ୍ରସ୍ତୁତ କରିଥିବା ଚିଠା ସ୍ବାସ୍ଥ୍ୟନୀତି ଅନୁଯାୟୀ, ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ପାଇଁ ୨୦୧୫ରୁ ନିରାମୟ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଏହି ଯୋଜନାର ଲାଭ ଅନେକ ରୋଗୀ ପାଇଛନ୍ତି। କିନ୍ତୁ ସାମଗ୍ରିକ ଭାବେ ସମନ୍ବୟର ଅଭାବ, ଔଷଧ ପରିବହନରେ ବିଳମ୍ବ ଯୋଗୁଁ ଜିଲ୍ଲା ଭିତରେ ଥିବା ସବୁ ନିରାମୟ କେନ୍ଦ୍ରଗୁଡ଼ିକରେ ଔଷଧ ଉପଲବ୍ଧ ହୋଇପାରୁନାହିଁ। ଏଥିପାଇଁ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଜିଅର ମଧ୍ୟ କରାଯାଇନାହିଁ। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଔଷଧ ନାହିଁ କି ଲାବୋରେଟୋରି ସୁବିଧା ନାହିଁ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବିଶେଷଜ୍ଞ ପଦବି ଖାଲିପଡ଼ିଛି। ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟସ୍ତରରେ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏସକ୍ୟୁଏସି କମିଟି ଓ ଜିଲ୍ଲା ସ୍ତରରେ କାୟାକଳ୍ପ କମିଟି ଯୋଜନାକୁ ମଧ୍ୟ ସେପରି ଆଖିଦୃଶିଆ ସଫଳତା ମିଳିପାରିନାହିଁ।

ଇ-ଔଷଧୀ, ଇ-ବ୍ଲଡ୍ ବ୍ୟାଙ୍କ୍ ପାଇଁ ସୂଚନା, ଯୋଗାଯୋଗ ଓ ବୈଷୟିକ ଜ୍ଞାନ କୌଶଳ (ଆଇସିଟି)ର ବ୍ୟବହାର କରି ସ୍ବାସ୍ଥ୍ୟସେବାକୁ ଅଧିକ ଚଳଚଞ୍ଚଳ କରାଯାଇଛି େବାଲି ସରକାର ଦାବି କରି ଆସୁଛନ୍ତି। କିନ୍ତୁ ମାଗଣା ଆମ୍ବୁଲାନ୍ସ ସେବା ପ୍ରଦାନରେ ଏହି ବ୍ୟବସ୍ଥାକୁ ଏ ପର୍ଯ୍ୟନ୍ତ ଲାଗୁ କରାଯାଇପାରିନାହିଁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ଗରିବ ରୋଗୀଙ୍କୁ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ବୀମା ସୁବିଧା ଯୋଗାଇଥିଲେ ବି ଚିକିତ୍ସା ପରବର୍ତ୍ତୀ ଖର୍ଚ୍ଚ ରୋଗୀକୁ ଅଧିକ ପଡ଼ୁଛି। ଏପରିକି ଜଣେ ଗର୍ଭବତୀ ମହିଳା ଶିଶୁଟିଏ ଜନ୍ମ ଦେବା ପରେ ଚିକିତ୍ସା ଓ ତାର ପୁଷ୍ଟିସାଧନ ପାଇଁ ମୁଣ୍ଡି ପିଛା ୪ ହଜାର ୨୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି, ଯାହା ବହୁତ ଅଧିକ।

ସ୍ବାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ପ୍ରସ୍ତାବିତ ନୂଆନୀତିରେ ସ୍ବାସ୍ଥ୍ୟସେବାକୁ ତଦାରଖ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଏକ ଷ୍ଟିୟରିଂ କମିଟି କାର୍ଯ୍ୟ କରିବ। ବିଭାଗୀୟ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ସ୍ବାସ୍ଥ୍ୟନୀତିର କାର୍ଯ୍ୟକାରିତା ନେଇ ବିଭାଗୀୟ ନିର୍ଦ୍ଦେଶକ ନେତୃତ୍ବରେ ଟାସ୍କ ଫୋର୍ସ ଗଠନ ହେବ। ସ୍ବଚ୍ଛ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଶିକ୍ଷା , ଜନଜାତି ବିକାଶ ବିଭାଗକୁ ନେଇ ଏକ ଆନ୍ତଃ ବିଭାଗୀୟ ସମନ୍ବୟ କମିଟିର ବ୍ୟବସ୍ଥା କରାଯିବ। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ନିୟମିତ ବ୍ୟବଧାନରେ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ଗୁଣାତ୍ମକ ସ୍ବାସ୍ଥ୍ୟସେବା ପହଞ୍ଚାଇବାରେ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିବେ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କୁ ମାଗଣା ଚିକିତ୍ସା। ନିରାମୟ, ନିଦାନ, ସୁନେତ୍ର ଯୋଜନାରେ ରୋଗୀଙ୍କୁ ବିନାମୂଲ୍ୟରେ ପରୀକ୍ଷା ନିରୀକ୍ଷା ପରି ଅନେକ ଯୋଜନା ପ୍ରଣୟନ କରିଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରତିବର୍ଷ ବଜେଟ ପରିମାଣ ମଧ୍ୟ ସରକାର ବଢ଼ାଇଚାଲିଛନ୍ତି। ଚଳିତବର୍ଷ ରାଜ୍ୟ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୬ ହଜାର ୮୦୨ କୋଟି ଟଙ୍କାର ବଜେଟ ଦେଇଛନ୍ତି।

ଦୁଇଦିନ ତଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟନୀତି ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା। ଶିଶୁ ମୃତ୍ୟୁହାରକୁ କମାଇବା ପାଇଁ ଅଧିକ ଗୁରୁତ୍ବ ଦେବା ଉପରେ ସରକାର ପଦକ୍ଷେପ ନେଉଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର