ଖୋର୍ଦ୍ଧା :ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ୩ୟ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ପ୍ରବୀଣ ରାଜନୈତିଜ୍ଞ, ଓଡ଼ିଆ ସାରାସ୍ୱତ ଜଗତର ସଶ୍ରଦ୍ଧ ଉଚ୍ଚାରଣ, ସ୍ୱ୍ଵର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ପୁଣ୍ୟତିଥି ଅବସରରେ କୃତଜ୍ଞ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଖୋର୍ଦ୍ଧା ସହରର ପ୍ରବେଶ ପଥ ନିକଟରେ ଥିବା ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍ୟାନରେ ଥିବା ର୍ସ୍ୱଗତ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଜିତୁ ମିତ୍ର, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଡ ବିମଳ ରଥ, ଡ. ବୃନ୍ଦାବନ ପଣ୍ଡା, ଡ. ଭୀମସେନ ପ୍ରଧାନ, ସତ୍ୟବାଦୀ ବଳିୟାରସିଂହ, ଗୁରୁଚରଣ ପଟ୍ଟନାୟକ, ଆଇନଜୀବୀ ବିଚିତ୍ର ବଡ଼ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର