ସୁରେନ୍ଦ୍ର ନାଥ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ସଚିବ

ଓଡ଼ିଶା କ୍ୟାଡର ଓ ଓଡ଼ିଆ ଅଧିକାରୀଙ୍କୁ ନୂତନ ଦାୟିତ୍ୱ

ଭୁବନେଶ୍ୱର: କେନ୍ଦ୍ରସରକାରଙ୍କ ଦ୍ୱାରା ଓଡ଼ିଶା କ୍ୟାଡର ଓ ଓଡ଼ିଆ ଅଧିକାରୀଙ୍କୁ ନୂତନ ପଦବି ମିଳିଥିବା ସମ୍ପର୍କରେ କେନ୍ଦ୍ରସରକାର ଓଡ଼ିଶା ସରକାରଙ୍କୁ ସୂଚନା ପ୍ରଦାନ କରିଛନ୍ତି। ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ସଂସଦୀୟ ବ୍ୟାପାର ସଚିବ ଭାବରେ ନିଯୁକ୍ତି ମିଳିଛି। ତ୍ରିପାଠୀ ବର୍ତ୍ତମାନ କୃଷି ମନ୍ତ୍ରାଳୟରେ ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଛବିଳେନ୍ଦ୍ର ରାଉତଙ୍କୁ କୃଷି ଓ ଗବେଷଣା ବିଭାଗରେ ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତି ମିଳିଛି।

୧୯୮୬ ବ୍ୟାଚ୍‌ର ଆଇଏଏସ୍‌ ବିପିନ ବିହାରୀ ମଲ୍ଲିକ ସଂସ୍କୃତି ବିଭାଗରେ ନୂତନ ଅତିରିକ୍ତ ସଚିବ ପାଇଁ ନିଯୁକ୍ତି ମିଳିଛି। ସେହିଭଳି ୧୯୮୭ ବ୍ୟାଚ୍‌ର ଆଇଏଏସ ଦେବାଶିଷ ପଣ୍ଡାଙ୍କ ଆର୍ଥିକ ସେବା ବିଭାଗରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ମିଳିଛି। ଆଇଏଏସ ବିମ୍ବାଧର ପ୍ରଧାନଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ପଦରେ ନିଯୁକ୍ତି ଦିଆଯାଇଥିବା ବେଳେ ୧୯୮୮ ବ୍ୟାଚ୍‌ର ଆଏଏସ ବିଦ୍ୟୁତ ବିହାରୀ ସ୍ୱାଇଁ ବାଣିଜ୍ୟ ବିଭାଗରେ ନୂତନ ଅତିରିକ୍ତ ସଚିବ ଦାୟିତ୍ୱ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର