ନଦୀରେ ଭାସିଯାଇ ଅଜଣା ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର/ବାଦାମପାହାଡ: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ତଥା ସୁଲେପାଟ ଫାଣ୍ଡି ଅର୍ନ୍ତଗତ ଯାମୁତି ଗ୍ରାମ ଦେଇ ବହିଯାଇଥିବା ଖଡଖାଇ ନଦୀରେ ଜଣେ ଅଜଣା ଯୁବକ ଭାସିଯାଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କୁମୁଡାଶୋଳ ଓ ଯାମୁତି ଗ୍ରାମ ଦେଇ ବୋହି ଯାଉଥିବା ଖଡଖାଇ ନଦୀରେ ଲଗାଣ ବର୍ଷା ଯୋଗୁଁ ନଈ ବଢି ହୋଇଥିଲା। ତେବେ ଜଣେ ଯୁବକ ନଈ ପାରି ହେଉଥିବା ସମୟରେ ପାଣିର ସ୍ରୋତରେ ଭାସି ଯାଇଥିଲେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

ତେବେ ଆଜି ଅପରାହ୍ନ ସମୟରେ କୁମୁଡାଶୋଳ ପୋଲ ନିକଟରେ ଯୁବକଙ୍କ ମୃତଦେହ ଲାଗିଥିବାର ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ପହଂଚି ଶବକୁ ଜବତ କରି ନଂ ୧୬/୨୨ ରେ ଏକ ମାମଲା ରୁଜୁ କରିଛି। ତେବେ ଉକ୍ତ ଯୁବକଙ୍କ ପରିଚୟ ମିଳିନଥିବା ପୋଲିସ କହିଛି।

ସମ୍ବନ୍ଧିତ ଖବର