ଆଇପିଏଲ : ପଞ୍ଜାବ କିଙ୍ଗସ୍ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ ସୁପରକିଙ୍ଗସ୍

ଧର୍ମଶାଳା: ଧର୍ମଶାଳାଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ ।

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ଅଜିଙ୍କ୍ୟ ରାହାଣେଙ୍କ ଓ୍ବିକେଟ ହରାଇଥିଲେ ବି ଋତୁରାଜ ଗାଏକ୍ବାଡ ଓ ଡାରିଲ୍ ମିଚେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଗାଏକ୍ବାଡ ୩୨ ଓ ମିଚେଲ ୩୦ ରନ କରିଥିଲେ । ତେବେ ଶୁଭମ ଦୁବେ ଖାତା ଖୋଲିପାରିନଥିଲେ । ସେହିପରି ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଖାତା ଖୋଲିପାରିନଥିଲେ । ତେବେ ରବୀନ୍ଦ୍ର ଜାଦେଜା ୪୩ ରନ କରିଥିବାବେଳେ ମୋଇନ ଅଲି ୧୭ ରନ କରିଥିଲେ । ଶାର୍ଦ୍ଦୁଲ ଠାକୁର ୧୭ ରନ କରିଥିବାବେଳେ ମିଚେଲ ସାଣ୍ଟନର ୧୧ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ କରିଥିଲା ।

ପଂଜାବ ପକ୍ଷରୁ ହର୍ଷଲ ପଟେଲ ଓ ଦୀପକ ଚହର ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଅର୍ଶଦୀପ ସିଂ ୨ଟି ଓ ସାମ କୁରାନ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର