ବିଧାନସଭାର ସଦସ୍ୟଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଲୋକସଭା ସଚିବାଳୟ (ଗଣତନ୍ତ୍ର ପାଇଁ ସଂସଦୀୟ ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନ) ଓ ଓଡ଼ିଶା ବିଧାନସଭା ସଚିବାଳୟର ମିଳିତ ଆନୁକୂଲ୍ୟରେ ଚଳିତ ସେପ୍ଟେମ୍ବର ୧୩ ଓ ୧୪ ତାରିଖ ଦିନ ବିଧାନସଭାର ମାନ୍ୟବର ସଦସ୍ୟ ଓ ସଦସ୍ୟାଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୩ ତାରିଖ ଦିନ ପୂର୍ବାହ୍ନ ୧୦.୪୫ ମିନିଟ୍ ସମୟରେ ଉଦ୍‌ଘାଟନ କରିବେ । ବିଧାନସଭାର ବରିଷ୍ଠ, ଅଭିଜ୍ଞ ଅନୁଭୂତିସଂପନ୍ନ ମନ୍ତ୍ରୀ, ବିଧାୟକ ଓ ଲୋକସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ବିଧାନସଭାର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଉପରେ ଆଲୋଚନା କରିବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟସଦସ୍ୟା ଯୋଗଦେବେ ।

ସମ୍ବନ୍ଧିତ ଖବର