ନାବାଳିକାକୁ ଅପହରଣ କରି ଜେଲ୍‌ଗଲେ ଯୁବକ

ବଲାଙ୍ଗୀର: ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ କଣ୍ଟାବାଞ୍ଜି ଥାନା କନ୍ଧବାହାଲ ଗାଁର ଦଶରଥ ବାଗ(୧୯ବର୍ଷ) ନାମକ ଜଣେ ଯୁବକ ଜେଲ୍‌ ଯାଇଛନ୍ତି। ପୁଲିସର ସୂଚନା ଅନୁସାରେ, ଗତ ଜାନୁଆରି ୧୯ ତାରିଖରୁ ଦଶରଥ ଉକ୍ତ ନାବାଳିକାଙ୍କୁ ଅପହରଣ କରିଥିଲେ।

ଝିଅର ପରିବାର ଲୋକେ ଏନେଇ ଫେବ୍ରୁଆରି ୧୮ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଖୋଜୁଥିଲା। ନାବାଳିକାଙ୍କୁ ଅଭିଯୁକ୍ତ ବେଙ୍ଗାଲୁରୁ ଓ ଅନ୍ୟ ଜାଗାରେ ରଖିବା ପରେ ପୁଣି ଗାଁକୁ ଫେରିଥିଲେ। ପୁଲିସ ସୂଚନା ପାଇ ଉଭୟଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ସହିତ ଅଭିଯୁକ୍ତ ଦଶରଥଙ୍କୁ ଗିରଫ କରି ପୋକ୍ସୋ ଅଦାଲତକୁ ଚାଲାଣ କରିଥିଲା। ସେଠାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର