ବାପାଙ୍କ ମୃତ୍ୟୁପରେ ରାସ୍ତାପାର୍ଶ୍ବ‌ରେ ଚିକେନ ରୋଲ ବିକ୍ରି କରୁଥିବା ବାଳକଙ୍କ ପାଠପଢ଼ା ଦାୟିତ୍ବ ନେବେ ଶିଳ୍ପପତି

ନୂଆଦିଲ୍ଲୀ: ଜଣେ ଫୁଡ ବ୍ଲଗରଙ୍କ ଦ୍ବାରା ସେୟାର କରାଯାଇଥିବା ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଲୋକଙ୍କୁ ଅନେକ ପ୍ରେରଣା ବି ଦେଉଛି।

ଭିଡିଓରେ ଜଣେ ୧୦ବର୍ଷର ଶିଶୁ ଦିଲ୍ଲୀର ତିଲକ ନାଗରରେ ଏକ ଠେଲାରେ ଅଣ୍ଡା ଓ ଚିକେନ ରୋଲ ତିଆରି ଏବଂ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ପିଲାଟି ପାଠପଢ଼ିବା ବୟସରେ ଠେଲାରେ ରୋଲ ବିକ୍ରି କରିବା ଘଟଣାକୁ ନେଇ କହିଛନ୍ତି, ‘ମୁଁ ଏତେ ହତଭାଗା ଯେ ବ‌ାପା ଓ ମା’ ଉଭୟଙ୍କ ହାତ ମୋ ଉପରୁ ଚାଲି ଯାଇଛି। ତେଣୁ ଘରର ସମସ୍ତ ଦାୟିତ୍ବ ମୋ ଉପରେ ପଡ଼ିଛି। କାରଣ ପାଖରେ ମୋର ଛୋଟ ଭଉଣୀ ରହୁଛି। ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଆମ ସମସ୍ତଙ୍କୁ ଛାଡ଼ି ଅନ୍ୟତ୍ର ରହୁଛନ୍ତି।

 

ବାପା ଓ ମା’ ଯିବା ପରେ କ’ଣ କରିବି କେମିତି ଅର୍ଥ ରୋଜଗ‌ାର କରିବି କିଛି ବୁଦ୍ଧିବାଟ ଦିଶି ନଥିଲା। ବାପାଙ୍କ ରୋଲ ଷ୍ଟଲ ଥିଲା ତେଣୁ ତାଙ୍କ ଠାରୁ ମୁଁ କିପରି ଅଣ୍ଡା ଓ ଚିକେନ ରୋଲ ପ୍ରସ୍ତୁତ ହୁଏ ତାହା ଶିଖି ଯାଇଥିଲା। ବାପାଙ୍କ ମୃତ୍ୟୁପରେ ପାଠପଢ଼ା ସହିତ କିଛି ଅର୍ଥ ପାଇଁ ତାଙ୍କର ଏହି ବ୍ୟବସାୟକୁ ମୁଁ ଯେତିକି ପାରୁଛି କରୁଛି।’

ଶିଶୁଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଦେଶର ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି। ଶିଶୁର ସାହସ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ବହୁତ ପ୍ରଭାବିତ ହୋଇ ଭିଡିଓ ସେୟାର କରି ଲେଖିଛନ୍ତି- ଏହି ବାଳକଟିର ନାମ ଜସପ୍ରୀତ । ସେ ଦିଲ୍ଲୀର ତିଲକ ନାଗରରେ ରହୁଛନ୍ତି। ଯଦି କାହାରି ପାଖରେ ତାଙ୍କର ଯୋଗାଯୋଗ ନମ୍ବର ଅଛି ଦୟାକରି ଏହାକୁ ମୋ ସହ ସେୟାର କରନ୍ତୁ । ପୁଅର ଶିକ୍ଷା ପ୍ରଭାବିତ ହେବା ଉଚିତ୍ ନୁହେଁ। ମହିନ୍ଦ୍ରା ଫାଉଣ୍ଡେସନ ତାଙ୍କ ଶିକ୍ଷା କ୍ଷେତ୍ରରେ କିପରି ସାହାଯ୍ୟ କରିବ ସେଦିଗରେ ଉଦ୍ୟମ କରିବ।’

 

ସମ୍ବନ୍ଧିତ ଖବର