ସମୀର ଓ ଅରୁନ୍ଧତୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ଟିକେଟ୍ କାଟିବା ପରେ ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିମାପଡ଼ା ଟିକେଟ୍ କଟିବା ପରେ ଅସନ୍ତୁଷ୍ଟ ଥିବା ସମୀର ବାରମ୍ବାର ନିଜର ଶକ୍ତି ପ୍ରଦର୍ଶନ କରି ଦଳକୁ ନିଷ୍ପତ୍ତି ବଦଳାଇବାକୁ ଚେଷ୍ଟା କରୁଥିଲେ ବି ଦଳ ତାଙ୍କୁ ଏଥର ଟିକେଟ୍ ଦେଇନାହିଁ । ପ୍ରତିବଦଳରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ୨୪ ନିର୍ବାଚନରେ କିଭଳି ଢେଙ୍କାନାଳରେ ବିଜେଡି ବହୁମତରେ ବିଜୟ ହେବ ସେନେଇ ସମୀରଙ୍କୁ ଭରସା କରିଛନ୍ତି ନବୀନ ପଟ୍ଟନାୟକ ।

ଏପଟେ ଦେବଗଡ଼ର ରାଣୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ମଧ୍ୟ ନୂଆ ଦାୟିତ୍ୱ ଦେଇ ମାନଭଞ୍ଜନ କରିଛି ବିଜେଡି । ଦେବଗଡ଼ ଆସନରେ ପାଇଁ ଦଳ ତାଙ୍କଠୁ ଟିକେଟ୍ ଫେରାଇଆଣିବା ପରେ ଏବେ ତାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନିକଟରେ ବିଜେଡିରେ ସାମିଲ ହୋଇଥିବା ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କୁ ଦେବଗଡ଼ ପାଇଁ ଟିକେଟ୍ ଦେବା ପରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ବିଜେଡି, ତାଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଭରସା କରିଥିଲା ଦଳ ।

ସମ୍ବନ୍ଧିତ ଖବର