ଆଜି ବି କମିଲା ତେଲଦର : ପେଟ୍ରୋଲ ୧୯ ପଇସା , ଡିଜେଲ ୧୧ ପଇସା ହ୍ରାସ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସ ଫଳରେ ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ କମିଚାଲିଛି । ବିଗତ ୧୮ ଦିନ ମଧ୍ୟରେ କେବଳ ଗୋଟିଏ ଦିନକୁ ଛାଡିଦେଲେ ତେଲଦର କ୍ରମାଗତ ହ୍ରାସ ପାଇଚାଲିଛି । ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ପାଇବା ଏହାର କାରଣ ବୋଲି କୁହାଯାଉଛି । ଅନ୍ତର୍ଜାତୀୟ ବଜାରେର ଅକ୍ଟୋବର ପ୍ରଥମ ସପ୍ତାହରେ ଅଶୋଧିତ ତେଲ ଦର ୮୪ ଡଲାର ଟପିଯାଇଥିବାବେଳେ ଏବେ ତାହା ୭୨ ଡଲାରକୁ ଖସିଆସିଛି । ଏହି କାରଣରୁ ଭାରତରେ ତେଲ କମୁଛି ଓ ସରକାରଙ୍କ ମୁଣ୍ଡବ୍ୟଥା କିଛିଟା ଦୂର ହୋଇଛି ।
ଆଜି ପେଟ୍ରୋଲ ଲିଟର ପିଛା ୧୯ ପଇସା ଓ ଡିଜେଲ ୧୧ ପଇସା ହ୍ରାସ ପାଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୮.୯୯ ଓ ଡିଜେଲ ଦର ଲିଟର ପିଛା ଟ.୭୩.୫୩ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୭.୮୬ ଓ ଡିଜେଲ ୭୮.୯୧ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ସମ୍ବନ୍ଧିତ ଖବର