ଭୁବନେଶ୍ୱର: ଘରୋଇ ସ୍କୁଲରେ ୨ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ସ୍କୁଲରେ ଜଣେ ଶିକ୍ଷକ ୨ ଜଣ ଛାତ୍ରୀଙ୍କୁ ଅସଦାଚରଣର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏକ ଘରୋଇ ସ୍କୁଲର ଛାତ୍ରୀମାନେ ଶିକ୍ଷକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଛନ୍ତି। ଘଟଣା ସଂପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ୨ ଛାତ୍ରୀଙ୍କୁ ଶିକ୍ଷକ ଗତ ଅକ୍ଟୋବର ୯ ତାରିଖରେ ଅସଦାଚରଣ କରିଥିଲେ।

ସ୍କୁଲ ଶିକ୍ଷକ ଛାତ୍ରୀମାନଙ୍କୁ ବିଭିନ୍ନ ବାହାନ ଦେଖାଇ ସେମାନଙ୍କୁ ଛୁଇଁବାକୁ ଉଦ୍ୟମ କରୁଥିଲେ। ପ୍ରଥମେ ଛାତ୍ରୀମାନେ ଜାଣି ପାରୁ ନଥିବା ବେଳେ ପରବର୍ତ୍ତୀ ସେମାନଙ୍କୁ ଶିକ୍ଷକଙ୍କ ବ୍ୟବହାର ଖରାପ ଲାଗିଥିଲା। ପରେ ଏ ସଂପର୍କରେ ଛାତ୍ରୀମାନେ ଅଭିଭାବକଙ୍କୁ କହିବା ପରେ ଅକ୍ଟୋବର ୯ରେ ଥାନାରେ ଲିଖିତ ଭାବରେ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ସେହିପରି ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଶିକ୍ଷକଙ୍କୁ ଡାକି ଘଟଣା ସଂପର୍କରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନା ନାହିଁ ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର