ସାବଧାନ ! ଭିତରକନିକାରେ ପର୍ଯ୍ୟଟକଙ୍କୁ ବନବିଭାଗ କରୁଛନ୍ତି ଶୋଷଣ

ବୋଟ ଭଡା ୨ହଜାର ଟଙ୍କା ବଦଳରେ ନିଆଯାଉଛି ୮ହଜାର ଟଙ୍କା

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବନବିଭାଗ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଛି । ନୌଯାତ୍ରା ପାଇଁ ବୋଟ ଭଡା ୨୦୦୦ ରୁ ୨୫୦୦ ଟଙ୍କା ବଦଳରେ ୬୦୦୦ ରୁ ୮୦୦୦ ଜୋର ଜବରଦସ୍ତ ନେଉଛନ୍ତି। ଅଧିକ ଟଙ୍କା ନଦେଲେ ବୋଟ ମିଳୁ ନାହିଁ । ଆଉ ଏହି ଟଙ୍କା ଅଦାୟ ପାଇଁ କିଛି ଦଲାଲ ନିଯୁକ୍ତି ହୋଇଛନ୍ତି । ଯାହାଙ୍କ ମାଧ୍ୟମରେ ଦେଶ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ହୋଇଛି। କିଛି ପର୍ଯ୍ୟଟକ ଏତେ ପରିମାଣର ଟଙ୍କା ଦେଇ ନପାରିବାରୁ ସେମାନଙ୍କୁ ଫେରିବାକୁ ପଡ଼ୁଛି।

ସୂଚନାଯୋଗ୍ୟ, ଭିତରକନିକାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ରାଜନଗର ବ୍ଲକର ଗୁପ୍ତି ଓ ଖୋଳା ଠାରେ ଜଳପଥର ସୁବିଧା ରହିଛି । ବନବିଭାଗ ପକ୍ଷରୁ ୪ ଟି ଆଇସିଜେଡଏମପି ତରଫରୁ ୭ ଟି ଓ ୫୦ ରୁ ଊର୍ଧ୍ୱ ବେସରକାରୀ ବୋଟ ରହିଛି । ଏହି ବୋଟଗୁଡିକର ଭଡା ୨୦୦୦ ଟଙ୍କା ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ହେବା କଥା ଯାହାର ରେଟ ଚାର୍ଟ ମଧ୍ୟ ବନବିଭାଗ ତରଫରୁ ଲଗାଯାଇଛି । ମାତ୍ର ୬୦୦୦ ରୁ ୮୦୦୦ ପର୍ଯ୍ୟନ୍ତ ଅଦାୟ କରୁଥିବା ଏହି ଦଲାଲ ମାନେ କିଏ ଯାହା ଆମ ଷ୍ଟିଙ୍ଗ ଅପରେସନ ରୁ ଜଣାପଡିଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର