ଅସଦାଚରଣ ମାମଲାରେ ଜଣେ ଗିରଫ 

ଜୟପୁର : ଝାଡ଼ଫୁଙ୍କା ନାମରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ବିପିନ ବିହାରୀ ରଥଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ମାମଲାର ତିନି ମାସ ପରେ ପୁଲିସ ଆଜି ଗିରଫ କରିଛି ।

ଗତ ଅଗଷ୍ଟ ୨୩ ତାରିଖ ଦିନ ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କ ବିରୋଧରେ ସଂଧ୍ୟାରାଣୀ ନାମକ ଜଣେ ଯୁବତୀ ପୋଷ୍ଟ  କରିଥଲେ । ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଥିଲା। ୨୭ ତାରିଖରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁଯାୟୀ ଅଗଷ୍ଟ ୨୩ ତାରିଖ ଦିନ ଅଭିଯୁକ୍ତ ବିପିନ ନୂଆସାହି ଅଂଚଳରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଯାଇଥିଲେ । ମହିଳା ଜଣକ ଘରେ ନଥିବା ବେଳେ ତାଙ୍କ  ଝିଅଙ୍କୁ କବାଟ ଖୋଲିବାକୁ କହି କିଛି ଖାଇବାକୁ ଦେବା ସହ ତାଙ୍କ ସହ ଅସଦ୍  ଆଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏଥିନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ଗିରଫ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର