ସଂପର୍କକୁ ସୁଧାରିବା ପାଇଁ ପାଦ ଆଗକୁ ବଢ଼ାଇଲେ ଅବନ୍ତିକା, ଫୁଲତୋଡ଼ା ସହ ଇମ୍ରାନ ଖାନ୍‌ଙ୍କୁ ପଠାଇଲେ କ୍ଷମା ପତ୍ର

ମୁମ୍ବାଇ : କିଛି ମାସ ତଳେ ବଲିଉଡ୍‌ ଅଭିନେତା ତଥା ଆମୀର ଖାନ୍‌ଙ୍କ ଭଣଜା ଇମ୍ରାନ ଖାନ୍‌ଙ୍କ ବୈବାହିକ ଜୀବନକୁ ନେଇ ଏକ ବଡ଼ ଖବର ମିଳିଥିଲା । ଇମ୍ରାନ ନିଜ ପତ୍ନୀ ଅବନ୍ତିକାଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା । ଅବନ୍ତିକା ଇମ୍ରାନଙ୍କ ଘର ଛାଡ଼ି ନିଜ ମାତା-ପିତାଙ୍କ ପାଖରେ ରହୁଥିବା ନେଇ ସ୍ପଷ୍ଟ କରିଥିଲେ ଅବନ୍ତିକାଙ୍କ ମା’ । ତେବେ ଛାଡ଼ପତ୍ରର ଖବର ମଧ୍ୟରେ ଏବେ ଦୁହିଁଙ୍କ ସଂପର୍କ ସୁଧୁରିଥିବା ଜଣାପଡ଼ିଛି । ଇମ୍ରାନଙ୍କ ଜନ୍ମଦିନ ଅବସରରେ ଅବନ୍ତିକା ଫୁଲତୋଡ଼ା ସହ କ୍ଷମା ପତ୍ର ପଠାଇଥିବା ବେଳେ ଖୁବ୍‌ ଶୀଘ୍ର ଦୁହିଁଙ୍କ ସଂପର୍କ ସୁଧୁରିପାରେ ବୋଲି ଆଶା କରାଯାଉଛି ।

Image result for between-divorce-rumours-avantika-malik-send-sorry-note-to-aamir-khan-nephew-imran-khan

ସୂଚନା ମୁତାବକ, ଭାବବିହ୍ଵଳ କଲା ଭଳି କଥା ଲେଖି ଅବନ୍ତିକା କ୍ଷମା ମାଗିଥିବା ବେଳେ କେଉଁ କାରଣ ପାଇଁ କ୍ଷମା ମାଗିଛନ୍ତି, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଅବନ୍ତିକା ନିଜକୁ ମାନସିକ ଅବସାଦରୁ ଦୂରେଇ ରଖିବା ପାଇଁ ଇମ୍ରାନଙ୍କ ଘର ଛାଡ଼ି ବାପ ଘରକୁ ଚାଲି ଆସିଥିଲେ । ଏହି ସମୟରେ ଦୁହେଁ ପରସ୍ପର ସହ କଥା ହୋଇ ନ ଥିଲେ । କିଛି ଦିନ ଅଲଗା ରହିବା ପରେ ଏବେ ଅବନ୍ତିକା ପୁଣି ଥରେ ଇମ୍ରାନଙ୍କ ପାଖକୁ ଫେରିବେ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର