ବାୟୁସେନା ଗାଡ଼ି ଉପରେ ଆକ୍ରମଣ ଘଟଣା : ଗରୁଡ଼ କମାଣ୍ଡୋ ମୁତୟନ କଲା ବାୟୁସେନା

ଜମ୍ମୁ : ପୁଞ୍ଚରେ ବାୟୁସେନା ଗାଡ଼ି ଉପରେ ଆକ୍ରମଣ ପରେ ସତର୍କ ହୋଇଯାଇଛି ସେନା ଓ ବାୟୁସେନା । ସଂପୃକ୍ତ ଅଂଚଳରେ ବାୟୁସେନା ପକ୍ଷରୁ ଗରୁଡ଼ ସ୍ପେଶାଲ ଫୋର୍ସ ମୁତୟନ କରାଯାଇଛି। ଏ ନେଇ ଜଣେ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ ସେନା ଓ ଜମ୍ମୁ-କଶ୍ମୀର ପୁଲିସର ଯବାନମାନେ ଅପରେସନରେ ନିୟୋଜିତ ଅଛନ୍ତି।

ଏହି ଆକ୍ରମଣ ସଂପର୍କରେ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ବୟାନ ଜାରି କରାଯାଇଛି । “ ଜମ୍ମୁ-କଶ୍ମୀରର ପୁଞ୍ଚ  ଜିଲ୍ଲାରେ ସହସିତାର ନିକଟରେ ଭାରତୀୟ ବାୟୁସେନାର ଏକ ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସ୍ଥାନୀୟ ସେନା ୟୁନିଟ୍ ପକ୍ଷରୁ ବର୍ତ୍ତମାନ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରହିଛି। କନଭୟରେ ଥିବା ଗାଡ଼ିଗୁଡିକୁ ସୁରକ୍ଷିତ ରଖାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।“

ସୂଚନାଯୋଗ୍ୟ ଯେ ଗରୁଡ଼ କମାଣ୍ଡୋ ହେଉଛନ୍ତି ବାୟୁସେନାର ଏକ ସ୍ପତନ୍ତ୍ର ପ୍ରଶିକ୍ଷିତ ଓ ଦୁର୍ଦ୍ଧଶ କମାଣ୍ଡୋ ବାହିନୀ । ଯାହାକି କେବଳ ଭୂମି ଉପରେ ନୁହେଁ ଆକାଶରେ ବି କମାଣ୍ଡୋ ଅପରେସନ ଚଳାଇବାର ଦକ୍ଷତା ରଖିଥାଏ । ସୂଚନାଯୋଗ୍ୟ ଯେ ବାୟୁସେନା କନଭୟ ଉପରେ ହୋଇଥିବା ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର