ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀକୁ ନେଇ ସିନେମା, ମୋଦିଙ୍କ ଭୂମିକା ନିଭାଇବେ ପରେଶ ରାଓ୍ଵଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ତିଆରି ହେଉଛି ସିନେମା । ଖୁବ ଶୀଘ୍ର ମୋଦିଙ୍କ ଜୀବନୀକୁ ସିନେ ପରଦାରେ ଦେଖିପାରିବେ ଦର୍ଶକ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ସିନେମା ତିଆରି ହେବାକୁ ଯାଉଛି। ଆଉ ଉକ୍ତ ସିନେମାରେ ମୋଦିଙ୍କ ଭୂମିକାରେ ଅଭିନୟ କରିବେ ବଲିଉଡ୍‌ ଅଭିନେତା ପରେଶ ରାୱଲ। ଖବର ଅନୁସାରେ ପରେଶ ରାୱଲରେ ମୋଦିଙ୍କ ଭୂମିକାରେ ଅଭିନୟ କିରବା ପାଇଁ ପୂର୍ବରୁ ହିଁ ହଁ କରିସାରିଛନ୍ତି। ତେବେ ବର୍ତ୍ତମାନ ସିନେମାର କାହାଣୀ ଲେଖାଯାଉଛି। ଗୁଜୁରାଟୀ ସିନେ ର୍ନିମାତା ମିତେଶ ପଟେଲ ଏହି ସିନେମା ତିଆରି କରିବା ପାଇଁ ଯାଉଛନ୍ତି।

ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବରୁ ହିଁ ଏହି ସିନେମା ଉପରେ କାମ ଆରମ୍ଭ ହୋଇସାରିଛି। ସିନେମାର କାହାଣୀ ମଧ୍ୟ ଲେଖା ସରିଥିଲା। ଯେଉଁଠି ମୋଦି ଚା’ ତିଆରି କରିବା ଠାରୁ ଆରମ୍ଭ କରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା ଚିତ୍ରାୟିତ କରାଯାଇଥିଲା। କିନ୍ତୁ ଏବେ ମୋଦି ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି। ଏଥିପାଇଁ କାହାଣୀରେ ଅନେକ ଗୁରୁତ୍ୱପୁର୍ଣ୍ଣ ପରିବର୍ତ୍ତନ କରାଯିବ। ମୋଦିଙ୍କ ପ୍ରଧାନମନ୍ତ୍ରୀ ହେବାର ଯାତ୍ରାରେ ମଧ୍ୟ ସିନେମା ସ୍କ୍ରିପ୍ଟଟର ଯୋଡ଼ାଯିବ। ମିଡ଼ିଆ ରିପୋର୍ଟ ଅନୁସାରେ ନିଜେ ପରେଶ ରାୱଲ କହିଛନ୍ତି, ଏବେ କାହାଣୀ ଉପରେ କାମ ଚାଲିଛି। ସୂଚନାଯୋଗ୍ୟ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଉ ଏକ ସିନେମା ର୍ନିମାଣ ହେବ ବୋଲି ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର