ସୋମାଲିଆରେ ଶାଶୁଘର ଲୋକ ବନ୍ଦୀ କରି ରଖିଥିବା ମହିଳାଙ୍କୁ ମୁକୁଳାଇଲେ ମୋଦି

ନୂଆଦିଲ୍ଲୀ: ଜଣେ ଭାରତୀୟ ମୁସଲମାନ ମହିଳା ୨୦୧୮ ଜୁଲାଇରେ ତାର ଶାଶୁଘର ଲୋକ ସୋମାଲିଆରେ ବନ୍ଦୀ କରି ରଖିଥିଲେ। ଏହି ୩୧ବର୍ଷୀୟ ମହିଳା ଆଫରିନ୍‌ ବେଗମଙ୍କୁ ମୋଗାଦିଶୁରୁ ଶାଶୁଘର ଲୋକଙ୍କ କବଳରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁକୁଳାଇବାରେ ସକ୍ଷମ ହୋଇଛନ୍ତି। ଆଫରିନ୍‌ ଓ ତାଙ୍କ ତିନି ଝିଅ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ଦୁଇରେ ମୁମ୍ବାଇ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ପହଞ୍ଚିବା ପାଇଁ ବ୍ୟବସ୍ଥା କରାଯାଇଛି।

ଭାରତରେ ଜଣେ ହେଲେ ବି ସୋମାଲିଆ ଦୂତବାସ ନାହାନ୍ତି। ଭାରତୀୟ ଉଚ୍ଚ ଆୟୋଗ ନାଇରୋବରେ ସୋମାଲିଆରେ ପୁଲିସ ସାହାଯ୍ୟରେ ଉଦ୍ଧାର ଅଭିଯାନ ଚଳାଇଥିଲେ। ସୋମାଲିଆ ଆଇନ ଅନୁଯାୟୀ, ଜଣେ ମା’ ଓ ଶିଶୁ ତାର ପିତାଙ୍କ ଅନୁମତି ବିନା ପିଲା ସହିତ ଦେଶ ବାହାରକୁ ଯାଇ ପାରିବ ନାହିଁ। ତେବେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରି ସୋମାଲିଆନ୍‌ ଅଧିକାରୀଙ୍କ ସହ ଆଲୋଚନା କରି ହାଇଦ୍ରାବାଦସ୍ଥିତ ନିଜ ଘରକୁ ଆଫରିନ୍‌ ବେଗମ୍‌କୁ ସୁରକ୍ଷିତ ଓ ତତ୍କାଳ ପହଞ୍ଚାଇବା ପାଇଁ ସୁନିଶ୍ଚିତ କରିଛନ୍ତି।

shdiegfiuagozdaBKblkucvakv

ଆଫ୍ରିନ୍‌ ବେଗ୍‌ମ୍‌ଙ୍କ ପିତା-ମାତା ହାଇଦ୍ରାବଦ ବାଶାରଥ ନଗରରେ ବସବାସ କରନ୍ତି। ଆଫ୍ରିନ୍‌ ବେଗମ୍‌ ୨୦୧୩ରେ ମହମ୍ମଦ ହୁସେନ୍‌ ଦୁଏଲଙ୍କୁ ବିବାହ କରିଥିଲେ। ସେହି ସମୟରେ ସେ ଦୁଏଲ ହାଇଦ୍ରାବଦରେ ଏକ ଘରୋଇ ଫାର୍ମରେ କାମ କରୁଥିଲେ। ଦୁଏଲ ଓ ଆଫ୍ରିନ୍‌ ଜୁଲାଇ ୨୦୧୮ ପର୍ଯ୍ୟନ୍ତ ହାଇଦ୍ରାବଦରେ ରହି ଆସୁଥିଲେ। ଦୁଏଲ ତାଙ୍କ ପତ୍ନୀ ଓ ଝିଅକୁ ନେଇ ସୋମାଲିଆରେ ନିଜ ପରିବାର ସହିତ ରହିବାକୁ ଇଚ୍ଛା କରିଥିଲେ। ଏହାପରେ ଜୁଲାଇ ୪ରେ ଦୁହେଁ ଭାରତ ଛାଡ଼ି ଦେଇଥିଲେ।

ଏହାପରେ ଆଗାମୀ ଆଠମାସ ପର୍ଯ୍ୟନ୍ତ ଆଫ୍ରିନ୍‌ଙ୍କ ପରିବାର ଝିଅ ସହିତ ସମ୍ପର୍କ କରି ପାରି ନଥିଲେ। କେବେ କେବେ ଆଫ୍ରିନ୍‌ ତାର ପଡୋଶୀର ସାହାଯ୍ୟରେ ହ୍ଵାଟସ୍‌ ଆପ୍‌ କଲ୍‌ କରିଥାଏ। ତେବେ ଏହା ଏକ ବ୍ଲାଇଣ୍ଡ ମାମଲା ବୋଲି କହିଲେ ଚଳେ। କାରଣ ସୋମାଲିଆରେ ଆଫ୍ରିନ୍‌ କେଉଁଠାରେ ରହୁଥିଲା ତାର ପରିବାରଲୋକଙ୍କୁ ଏନେଇ କୌଣସି ସୂଚନା ନଥିଲା।

ତେବେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ଆଫ୍ରିନ୍‌ ଓ ତାଙ୍କ ତିନି ଝିଅଙ୍କୁ ଶାଶୁଘରୁ ମୁକୁଳାଇଛନ୍ତି। ଚାରିଜଣ ମୁୁମ୍ବାଇରେ ରାତି ୧୦.୫୦ରେ ପହଞ୍ଚିବେ। ଏପ୍ରିଲ ୨ ତାରିଖ ସକାଳେ ଆଫ୍ରିନ୍‌ ତାଙ୍କ ତିନି ଝିଅଙ୍କୁ ନେଇ ହାଇଦ୍ରାବାଦସ୍ଥିତ ନିଜ ବାପଘରକୁ ଯିବେ।

ସମ୍ବନ୍ଧିତ ଖବର