ପାଇଲଟ୍‌ ଅଭିନନ୍ଦନ ପାକ୍‌ କବ୍‌ଜାକୁ ଯିବା ପରେ ଏଭଳି ଚେତାବନୀ ଦେଇ ଛାଡ଼ିବାକୁ କହିଥିଲେ ମୋଦୀ

ନୂଆଦିଲ୍ଲୀ : ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ ପାକ୍‌କୁ କିଭଳି ଧମକ ଦେଇ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବାକୁ କହିଥିଲେ ତାହା ଜଣାଇଛନ୍ତି । ପୂର୍ବରୁ ଏୟାର ଷ୍ଟ୍ରାଇକ୍‌ ଏବଂ ବୀର ପାଇଲଟ୍‌ ଅଭିନନ୍ଦନଙ୍କୁ ଭାରତ ଫେରାଇ ଆଣିବା ନେଇ ସାରା ଭାରତବାସୀ ମୋଦୀଙ୍କୁ ପ୍ରଶଂସା କରୁଥିବା ବେଳେ ପାକ୍‌କୁ ନେଇ ଆଉ ଏକ ଖୁଲାସା ମୋଦୀଙ୍କୁ ଚର୍ଚ୍ଚାର ବିଷୟ ବନାଇଛି ।

New Indian Express

ତାଙ୍କ କହିବା ଅନୁଯାୟୀ, ପାଇଲଟ୍‌ ଅଭିନନ୍ଦନ ପାକ୍‌ କବ୍‌ଜାକୁ ଯିବାର ଖବର ଆସିବା ପରେ ମୁଁ ପରିସ୍ଥିତିକୁ ଦେଖି ପାକ୍‌କୁ ଚେତାବନୀ ଦେଇଥିଲି । ଏୟାର ଷ୍ଟ୍ରାଇକ୍‌ କରି ଭାରତୀୟ ବାୟୁସେନା ପରାକ୍ରମ ଦେଖାଇ ସାରିଛି । ଯଦି ପାଇଲଟ୍‌ ଅଭିନନ୍ଦନଙ୍କର କୌଣସି ଅସୁବିଧା ହୁଏ, ତେବେ ମୁଁ ତୁମକୁ ଛାଡ଼ିବି ନାହିଁ । ଏଭଳି ଚେତାବନୀ ପାଇବା ପରେ ପାକିସ୍ତାନ ପାଇଲଟ୍‌ ଅଭିନନ୍ଦନଙ୍କୁ ଏତେ ସମ୍ମାନର ସହ ଭାରତ ପଠାଇଥିଲା ବୋଲି କହିଥିଲେ ମୋଦୀ ।

ସମ୍ବନ୍ଧିତ ଖବର