ମେଘାଳୟ ଉପନିର୍ବାଚନ:ସାଉଥ୍‌ ତୁରାରେ ସାଙ୍ଗ୍‌ମା ବିଜୟୀ

ସିଲଂ: ମେଘାଳୟରେ ଗତ ଗୁରୁବାର ଦୁଇଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳ ପ୍ରକାଶ ପାଇଛି। ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ନ୍ୟାସ୍‌ନାଲ୍‌ ପିପୁଲ୍ସ ପାର୍ଟି (ଏନ୍‌ପିପି) ମୁଖ୍ୟ କନ୍‌ରାଡ୍‌ କେ ସାଙ୍ଗ୍‌ମା ସାଉଥ୍‌ ତୁରା ଆସନରେ ବିଜୟ ଲାଭ କରିଛନ୍ତି। ସେ କଂଗ୍ରେସର ସାର୍‌ଲୋଟ୍‌ ଡବ୍ଲ୍ୟୁ ମୋମିନ୍‌ଙ୍କୁ ୮,୪୦୦ରୁ ଅଧିକ ଭୋଟ୍‌ରେ ପରାଜିତ କରିଛନ୍ତି। ଅନ୍ୟପକ୍ଷରେ ରାନିକୋର ବିଧାନସଭା ଆସନରେ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ପାର୍ଟି (ୟୁଡିପି)ର ପ୍ରାର୍ଥୀ ପାୟସ୍‌ ମାର୍‌ଓ୍ଵିନ୍‌ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର