ବିଳମ୍ବିତ ରାତିରେ ଭୋଜନ କରୁଛନ୍ତି କି, ଏହିସବୁ ରୋଗର ଶିକାର ହୋଇପାରନ୍ତି

ଅନେକ ଲୋକ ସେମାନଙ୍କ ମେଟାବଲିଜିମ୍‌ ଦ୍ରୁତ କିମ୍ବା ମନ୍ଥର ହେବା କଥା କହୁଥିବାର ଶୁଣିବାକୁ ମିଳିଥାଏ। ତେବେ ଏପରି ଅସୁବିଧାର ମୁଖ୍ୟ କାରକ ହେଉଛି ବିଳମ୍ବିତ ରାତିରେ ଭୋଜନ କରିବା।

ବିଳମ୍ବିତ ରାତିରେ ଭୋକ ଲାଗିଲେ ଆମ ମନକୁ ଯାହା ଆସିଥାଏ ତାହା ଖାଇ ଦେଉ ଥାଉ। ଏହି ସମୟରେ ଆପଣ କେବେ ଭାବି ନଥାଆନ୍ତି କି ଏହି ସମୟରେ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। ଏପରି ହେବାର କାରଣ ହେଉଛି, ଆମେ ଦିନରେ ଖାଦ୍ୟ ଖାଇବା ଦ୍ୱାରା ଶରୀର ଆକ୍ଟିଭ ମୋଡରେ ରହିଥାଏ। ରାତିରେ ଶୋଇବା ସମୟରେ ଆମର ମେଟାବଲିଜିମ୍‌ ଧୀମା ହୋଇଥାଏ ଯେଉଁଥିପାଇଁ ରାତିରେ ଖାଦ୍ୟ ଖାଇବା ଦ୍ୱାରା ହଜମକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ।

ସେହିପରି ବିଳମ୍ବିତ ରାତିରେ ଖାଦ୍ୟ ଖାଇଲେ ଏସିଡିଟି ସମସ୍ୟା ଦେଖା ଦେଇଥାଏ। ଏସିଡିଟି ସହିତ ଶରୀରରେ ଜଳାପୋଡା ଅନୁଭବ ହୋଇଥାଏ। ଏହା ଦ୍ୱାରା ବଦହଜମ ମଧ୍ୟ ହୋଇଥାଏ। କେବଳ ଏତିିକି ନୁହେଁ ବିଳମ୍ବିତ ରାତିର ଖାଦ୍ୟ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ରହିଥାଏ। ଉଚ୍ଚ ରକ୍ତଚାପ ସିଧାସଳଖ ହୃଦୟ ଉପରେ ପ୍ରଭାବ ପକାଇଥାଏ।

ବିଳମ୍ବିତ ରାତିରେ ଭୋଜନ କରୁଥିବା ଲୋକମାନେ ଶାନ୍ତ ରହି ପାରନ୍ତି ନାହିଁ। ସାମାନ୍ୟ କଥାରେ ସେମାନଙ୍କ ମନରେ ଚିଡିଚିଡି ମନଭାବ ଜାତ ହୋଇଥାଏ।

ସମ୍ବନ୍ଧିତ ଖବର