ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ସହିତ ଭଲ ହିିଁ ଭଲ ହେବ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ପଇସା ଆସିବ। ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ। ବେକାରଙ୍କୁ ରୋଜଗାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ।

 


ବୃଷ: ଦିନଟି ବଢ଼ିଆ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ଗରମ ମିଜାଜରେ ରହିବେ। କଷ୍ଟରେ ଥିବା ଲୋକଙ୍କୁ ସହାୟତା କରିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

 

କର୍କଟ: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ଫଇସଲା ନେବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଉପରେ ଧୢାନ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

 

ସି˚ହ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଯୌଥ କାରବାରରୁ ଲାଭ ପାଇବେ। ପରିବାର ମାମଲାରେ ମହତ୍ତ୍ବପୂର୍ଣ୍ଣ ଫଇସଲା ନେବେ। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

 

କନ୍ୟା: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣ ନିଜ ବ୍ୟବହାରରେ ଲୋକଙ୍କ ମନ ଜିଣିବେ। ଷ୍ଟକ୍‌ ଓ ମ୍ୟୁଚୁଆଲ୍‌ ଫଣ୍ତ୍‌ରେ ନିବେଶ କରନ୍ତୁ, ଭବିଷ୍ୟତରେ ଭଲ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

 

ତୁଳା: ମାଆବାପାଙ୍କ ଆଶୀର୍ବାଦ ନିଅନ୍ତୁ, ଆପଣଙ୍କ ଲକ୍ଷସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ; ଯଦ୍ଦ୍ବାରା ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ମହିଳା ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ମଝିଘରିଆଣୀ।

 

 

ବିଛା: ଆପଣଙ୍କ ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। ଆର୍ଥିକ ମାମଲାରେ ସୁଧାର ଯୋଗ ରହିଛି। ନୂଆ ପରିଯୋଜନାରେ କାମ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କଟକଚଣ୍ତୀ।

 


ଧନୁ: ଅଫିସରେ ବାତାବରଣ ଅନୁକୂଳ ରହିବ। କୌଣସି ବିଶେଷ ଦାୟିତ୍ବ ମିଳିପାରେ। ଉଧାର ଦେଇଥିବା ପଇସା ପାଇବେ। ବ୍ୟବସାୟ ସମ୍ବନ୍ଧିତ କାର୍ଯର୍୍ୟ ଲାଗି ରାଜ୍ୟ ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 


ମକର: ସ˚ଘର୍ଷର ଫଳ ସନ୍ତୋଷଜନକ ହେବ। ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତା ଦୂର ହେବ। ଚାକିରିରେ ବଡ଼ ସଫଳତା ମିଳିବା ଯୋଗ ରହିଛି। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

 


କୁମ୍ଭ: ଆଗକୁ ନଜର ରଖି ଜରୁରୀ କାମ ପୂରା କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। କୌଣସି କଥାକୁ ନେଇ ମିତ୍ରଙ୍କ ସହିତ ମତଭେଦ ହୋଇପାରେ। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ମୀନ: କ୍ୟାରିୟରର ଠିକ୍‌ ଦିଶାରେ ଅଗ୍ରସର ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାର ସହିତ ଜୀବନ ଆନନ୍ଦମୟ ହେବ। ଛାତ୍ରଙ୍କୁ କମ୍‌ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ସମ୍ବନ୍ଧିତ ଖବର