ଆମେରିକାର ଖୁଲାସା: ବଲିଉଡ୍‌ ଗାୟକ ଅଲ୍‌କା ୟାଗ୍‌ନିକ୍‌,କୁମାର ସାନୁ ଏବଂ ଉଦିତ୍‌ ନାରାୟଣଙ୍କର ଫ୍ୟାନ୍‌ ଥିଲା ଲାଡେନ୍‌

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୯/ ୧୧ ଆକ୍ରମଣରେ ଧ୍ୱଂସ ପାଇ ଯାଇଥିଲା ଆମେରିକାର ଟ୍ଵିନ୍‌ ଟାଓ୍ଵାର। ଏହି ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଥିଲା ଅଲ୍‌ କାଏଦା ମୁଖ୍ୟ ଓସାମା ବିନ୍‌ ଲାଡ଼େନ୍‌। ଏହପରେ ଓସାମା ପାଲଟି ଯାଇଥିଲା ମୋଷ୍ଟ ଓ୍ଵାଣ୍ଟେଡ୍‌। ୨୦୧୧ରେ ପାକିସ୍ଥାନର ଏବୋଟାବାଦ୍‌ରେ ଲୁଚି ରହିଥିବା ଓସାମାକୁ ଆମେରିକାର କମାଣ୍ଡରମାନେ ସ୍ୱତନ୍ତ୍ର ଅପରେସନ୍‌ ଜରିଆରେ ହତ୍ୟା କରିଥିଲେ ।

ଦୁଇ ଦିନ ତଳେ ଓସାମାଙ୍କ ହାର୍ଡ଼ ଡ଼୍ରାଇଭ୍‌ରୁ ମିଳିଥିବା ତଥ୍ୟର ଖୁଲାସା କରିଛି ଆମେରିକା। ଏବୋଟାବାଦ୍‌ରେ ଲୁଚି ରହିଥିବା ଯାଗାରୁ ଆମେରିକା ବହୁ କମ୍ପ୍ୟୁଟର ଜବତ କରିଥିଲା । ବୁଧବାର ଦିନ ଆମେରିକାର ଗୋଇନ୍ଦା ସଂସ୍ଥା ସିଆଇଏ ସେହି କମ୍ପ୍ୟୁଟରରୁ ୪ଲକ୍ଷ ୭୦ ହଜାର ଫାଇଲ ସାର୍ବଜନୀନ କରିଛି । ଏକଦା ଦୁନିଆର ସବୁଠୁ ଦୁର୍ଦ୍ଦାନ୍ତ ଅପରାଧୀ କୁହାଯାଇଥିବା ଓସାମା ବିନ୍‌ ଲାଡ଼େନ୍‌ର କମ୍ପ୍ୟୁଟରରୁ ଅନେକ ଆତ୍ମଘାତୀ ଆକ୍ରମଣ ଏବଂ ହତ୍ୟାର ଭିଡ଼ିଓ ଜବତ କରାଯିବା ସହିତ ବଲିଉଡର ପ୍ରସିଦ୍ଧ ଗାୟକଗାୟିକାମାନଙ୍କର ଗୀତ ମଧ୍ୟ ଜବତ କରାଯାଇଛି। ଅଲ୍‌କା ୟାଗ୍‌ନିକ୍‌,କୁମାର ସାନୁ ଏବଂ ଉଦିତ୍‌ ନାରାୟଣଙ୍କର ପୁରୁଣା ଫିଲ୍ମର ଗୀତ ଗୁଡ଼ିକ ସେଥିରୁ ମିଳିଛି । ସେଥିରେ ଦିଲ୍ଲୀରେ ହୋଇଥିବା ହକି ବଶ୍ୱକପ୍‌ର ସୁରକ୍ଷା ବ୍ୟବସ୍ଥାର ରିପୋର୍ଟ ମଧ୍ୟ ରହିଛିା

ସେପ୍ଟେମ୍ବର ୨୦୦୧ରେ ଆମେରିକାର ଓ୍ଵାର୍ଲଡ଼ ଟ୍ରେଡ଼ ସେଣ୍ଟରରେ ଥିବା ଟ୍ଵିନ୍‌ ଟାଓ୍ଵାରକୁ ଅଲକାଏଦା ଆତଙ୍କବାଦୀମାନେ ହାଇଜାକ୍‌ କରି ଏକ ବୋମା ସାହଯ୍ୟରେ ଉଡ଼ାଇ ଦେଇଥିଲେ । ଏହା ପରଠାରୁ ଆମେରିକା ଲାଡ଼େନ୍‌ର ତଲାସରେ ଲାଗିପଡ଼ିଥିଲା । ଦୀର୍ଘ ୧୦ ବର୍ଷ ପରେ ତାକୁ ଖୋଜିବାରେ ସମର୍ଥ ହୋଇଥିଲା ଆମେରିକାା ପାକିସ୍ଥାନରେ ୩୮ ହଜାର ବର୍ଗ ଫୁଟ୍‌ର ଏକ ବଙ୍ଗଳାରେ ରହୁଥିବାର ଖବର ପାଇବା ପରେ ସେହି ବଙ୍ଗଳା ଉପରକୁ ବୋମା ମାଡ଼ କରିବା ସହ ଆମେରିକୀୟ କମାଣ୍ଡୋ ଘରକୁ ପଶି ଓସାମକୁ ହତ୍ୟା କରିଥିଲୋ । ସେଠାରୁ ୧୭୫ ଗିଗାବାଇଟ୍‌ର ଫାଇଲ ଜବତ କରିଥିଲା ।

ମିଳିଥିବା ଫାଇଲ ମଧ୍ୟରୁ ଅଜୟ ଦେବଗନ ଏବଂ କାଜୋଲଙ୍କ ଫିଲ୍ମ ଅଜନବି ମୁଝ୍‌କୋ ଇତ୍‌ନା ବତା, ସଲମାନ ଏବଂ ମାଧୁରୀ ଦୀକ୍ଷିତ୍‌ଙ୍କର ଫିଲ୍ମ ଦିଲ୍‌ ତେରା ଆଶିକ୍‌ର ଟାଇଟେଲ ଟ୍ରାକ୍‌ ଏବଂ ୧୯୯୪ ରିଲିଜ୍‌ ହୋଇଥିବା ଜାନେ ତମନ୍ନାର ଗୀତ ସବୁ ଜବତ କରାଯାଇଥିଲା । ସିଆଇଏ ଦେଇଥିବା ରିପୋର୍ଟ ଅନୁଯାୟୀ, ଭାରତର ଖବର କାଗକ ଏବଂ ନ୍ୟୁଜ୍‌ ଚ୍ୟାନେଲ ଉପରେ ନଜର ରଖୁଥିଲା ଲାଡେନ୍‌ ।

ସମ୍ବନ୍ଧିତ ଖବର