ବିଚିତ୍ର ମନ୍ଦିର : ଏଠି ଠାକୁରଙ୍କୁ ଭୋଗ ଲାଗେ ମଦ, ନୁଡ଼ଲ୍ସ ଓ ଚକୋଲେଟ୍‌

ନୂଆଦିଲ୍ଲୀ : ଭାରତୀୟ ସଂସ୍କୃତିରେ ମନ୍ଦିରର ଭିନ୍ନ ମାନ୍ୟତା ରହିଛି। ଜୀବନର ଖୁସିର ମୁହୂର୍ତ୍ତ ହେଉ ବା ଦୁଃଖର, ଅନେକ ମନ୍ଦିରକୁ ଯାଇ ଈଶ୍ୱରଙ୍କୁ ସମସ୍ତ ବିଷୟ ଜଣାଇଥାଏ। ତେବେ ଶ୍ରଦ୍ଧାଳୁମାନେ ମନ୍ଦିର ଯିବା ସହ ଭଗବାନଙ୍କ ପ୍ରସାଦ ଅର୍ପଣ କରିଥାନ୍ତି ।ସାଧାରଣତଃ ଭଗବାନଙ୍କୁ ମନ୍ଦିରରେ ନଡ଼ିଆ,ଉଖୁଡା ଓ ଫଳମୂଳ ଆଦି ବିଭିନ୍ନ ପ୍ରକାରର ପ୍ରସାଦ ଅର୍ପଣ କରିଥିବାର ଦେଖିବାକୁ ମିଳିଥାଏ । ତେବେ ଅପଣ ଜାଣିଛନ୍ତି କି ଭାରତରେ ଏପରି କିଛି ମନ୍ଦିର ରହିଛି ଯେଉଁଠାରେ ଅଦ୍ଭୁତ ପ୍ରକାରର ପ୍ରସାଦ ଭଗବାନଙ୍କୁ ଦିଆଯାଇଥାଏ । ଆସନ୍ତୁ ଜାଣିବା ଭାରତୀୟ ମନ୍ଦିରରେ ପ୍ରଚଳିତ ଅଦ୍ଭୁତ ପ୍ରସାଦଗୁଡ଼ିକ ବିଷୟରେ ।
କେରଳର ବାଳସୁବ୍ରମଣିୟମ୍‌ ମନ୍ଦିର :

gyanchand

କେରଳର ପ୍ରସିଦ୍ଧ ବାଲସୁବ୍ରମଣିୟମ୍‌ ମନ୍ଦିରରେ ପ୍ରସାଦ ଭାବେ ଚକୋଲେଟ ଅର୍ପଣ କରାଯାଏ । ଏଠାରେ ଭକ୍ତମାନଙ୍କ ମଧ୍ୟରେ ଏପରି ମାନ୍ୟତା ରହିଛି କି ଭଗବାନଙ୍କୁ ଚକୋଲେଟ ଦେବା ଦ୍ୱାରା ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଭଗବାନ ସୁବ୍ରମଣିୟମ୍‌ଙ୍କୁ ଚକୋଲେଟ ପ୍ରସାଦ ଖୁବ୍‌ ପସନ୍ଦ।
କୋଲକାତା ଚାଇନିଜ୍‌ କାଳୀ ମନ୍ଦିର :

India TV

କୋଲକାତାର ଟାଙ୍ଗରାଠାରେ ଦେଖିବାକୁ ମିଳେ ଚାଇନିଜ୍‌ମାନଙ୍କ ଦ୍ୱାରା ପ୍ରସ୍ତୁତ ଚାଇନିଜ୍‌ କାଳୀ ମନ୍ଦିର । ଏହି ମନ୍ଦିରକୁ ଚାଇନିଜମାନେ ନିର୍ମାଣ କରିଥିବା ହେତୁ ସେମାନେ ଦେବୀଙ୍କୁ ନୁଡ଼ଲ୍ସ ଏବଂ ପକୋଡ଼ା ପ୍ରସାଦ ଭାବେ ଚଢ଼ାଇଥାନ୍ତି ।

ମଦୁରାଇର ଅଲାଗାର ମନ୍ଦିର :

marisstravels.in

ଯେ ଦେଶେ ଯାଇ ସେ ଫଳ ଖାଇ ଅନୁସାରେ ଯେଉଁ ଅଞ୍ଚଳର ଭଗବାନଙ୍କୁ ସେହି ଭାବେ ପ୍ରସାଦ ଦିଆଯାଇଥାଏ । ଏଣୁ ଦକ୍ଷିଣ ଭାରତରେ ଅବସ୍ଥିତ ମଦୁରାଇରେ ଥିବା ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ପ୍ରସାଦ ଭାବେ ଦୋସା ଦିଆଯାଇଥାଏ ।

ବିକାନିରର କରଣୀ ମାତା ମନ୍ଦିର:

unnyduniya.com

ବିକାନିରର କରଣୀ ମାତା ମନ୍ଦିର ପରିସରରେ ସମୁଦାୟ ୨୦, ୦୦୦ଟି ମୂଷା ବାସ କରନ୍ତି । ଏହି ମୂଷାଙ୍କୁ ମାତାଙ୍କ ବାହାନ ବୋଲି କୁହାଯାଇଥାଏ । ଏହି ମନ୍ଦିରରେ ଚଢ଼ା ଯାଇଥିବା ପ୍ରସାଦକୁ ମନ୍ଦିରରେ ଥିବା ମୂଷା ଅଇଁଠା କରିବା ପରେ ହିଁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ।

ସୀତାପୁରର ଖବିସ ବାବା ମନ୍ଦିର:

khabis-baba

ଉତ୍ତରପ୍ରଦେଶର ସୀତାପୁରଠାରେ ଖବିସ ବାବା ନାମକ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ପ୍ରସାଦ ସ୍ୱରୁପ ଭଗବାନଙ୍କୁ ମଦ ଦିଆଯାଇଥାଏ । ତେବେ ଖାଲି ଯେ ଭଗବାନଙ୍କୁ ପ୍ରସାଦ ଚଢ଼ାଯାଏ ତାହା ନୁହ,ଁ ଭୋଗ ଲାଗିଲା ପରେ ସେହି ମଦକୁ ସମସ୍ତ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇଥାଏ ।

ସମ୍ବନ୍ଧିତ ଖବର