ଅଶ୍ବିନ-ଜାଦେଜାଙ୍କ ପାଇଁ ମ୍ୟାକେଞ୍ଜିଙ୍କ ସହାୟତା ଲୋଡ଼ିଲା ବାଂଲାଦେଶ

ଇନ୍ଦୋର : ଇନ୍ଦୋରର ହୋଲକର୍‌ ଷ୍ଟାଡିୟମ୍ ପିଚ୍‌ରେ ମହମ୍ମଦ ସାମି, ଉମେଶ ଯାଦବ ଓ ଈଶାନ୍ତ ଶର୍ମା ବାଂଲାଦେଶ ପାଇଁ ପ୍ରମୁଖ ଆହ୍ବାନ ହେବେ ବୋଲି ଚର୍ଚା ‌ହେଉଛି। ବାଂଲାଦେଶ ଖେଳାଳି କିନ୍ତୁ ଭାରତର ଦୁଇ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କୁ ନେଇ ଅଧିକ ଚିନ୍ତିତ ଅଛନ୍ତି। ଅଶ୍ବିନ-ଜାଦେଜାଙ୍କ ସ୍ପିନ୍ ରହସ୍ୟ ଖୋଲିବା ଲାଗି ସେମାନେ ନିଜ ଦକ୍ଷିଣ ଆଫ୍ରିକୀୟ ବ୍ୟାଟିଂ ପ୍ରଶିକ୍ଷକ ନିଲ୍ ମ୍ୟାକେଞ୍ଜିଙ୍କ ସହାୟତା ଲୋଡ଼ିଛନ୍ତି। ଏଥିନେଇ ଖୋଲାଖୋଲି ଭାବେ କିଛି କହି ନଥିଲେ ମଧ୍ୟ ମ୍ୟାକେଞ୍ଜି ଉଭୟ ଅଶ୍ବିନ ଓ ଜାଦେଜାଙ୍କୁ ଖେଳିବା ଲାଗି ସ୍ବତନ୍ତ୍ର ରଣନୀତି କରିଥିବା ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଲିଟନ ଦାସ ସୂଚନା ଦେଇଛନ୍ତି। ସେହିଭଳି ଭାରତ ଦୁର୍ବଳତା ଅପେକ୍ଷା ନିଜ ଶକ୍ତି ଉପରେ ବାଂଲାଦେଶ ଅଧିକ ଧ୍ୟାନ ଦେବ ବୋଲି ଲିଟନ ସ୍ପଷ୍ଟ କରି ଦେଇଛନ୍ତି। ଭାରତର ୨୦ ୱିକେଟ୍ ନେବାକୁ ବାଂଲାଦେଶର ଯୁବ ବୋଲିଂ ବାହିନୀ ପୂରା ସକ୍ଷମ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି।

ସମ୍ବନ୍ଧିତ ଖବର