ରାଜ୍ୟ ରୢାଙ୍କିଙ୍ଗ୍ ବ୍ୟାଡମିଣ୍ଟନ୍ ୨୨ରୁ

ଭୁବନେଶ୍ବର: ଆମେଚର ବ୍ୟାଡମିଣ୍ଟନ୍ କ୍ଲବ୍ (ଏବିସି) ଭୁବନେଶ୍ବର ଆନୁକୂଲ୍ୟରେ ଆୟୋଜିତ ହେଉଥିବା ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍ ରୢାଙ୍କିଙ୍ଗ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପଞ୍ଚମ ସଂସ୍କରଣ ଚଳିତମାସ ୨୨ ତାରିଖରୁ ଆରମ୍ଭ ହେବ। ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯିବ। ଏଥିରେ ପୁରୁଷ, ମହିଳା , ଯୁବ (୧୯ ବର୍ଷରୁ କମ୍) , କିଶୋର (୧୭ ବର୍ଷରୁ କମ୍), କି‌ଶୋରୀ (୧୭ ବର୍ଷରୁ କମ୍), ବାଳକ (୧୫ ବଷର୍ରୁ କମ୍) ଓ ପୁରୁଷ ଭେଟେରାନ୍ (୪୫ ବର୍ଷରୁ ଉର୍ଧ୍ବ) ଆଦି ୧୧ ଇଭେଣ୍ଟର ଏକକ ଓ ଯୁଗଳ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବ। ସମସ୍ତ ବିଭାଗର ଏକକ ଓ ଯୁଗଳ ବର୍ଗ ଲାଗି ପ୍ରବେଶିକା ଦେୟ ୪୦୦ ଏବଂ ୮୦୦ ଟଙ୍କା ରଖା ଯାଇଛି। ଅନ୍ୟପକ୍ଷରେ ଜଣେ ଖେଳାଳି ଦୁଇଟିରୁ ଅଧିକ ବର୍ଗରେ ଭାଗ ନେଇ ନପାରିବାର ନିୟମ ରହିଛି। ପ୍ରତିଯୋଗିତା ଲାଗି ୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ରଖା ଯାଇଛି। ଏଥିରେ ଭାଗ ନେବାକୁ ଇଚ୍ଛୁକ ଥିବା ପ୍ରତିଯୋଗୀମାନେ ଏବିସିର ୱେବସାଇଟ୍ www.abcbbsr.comରେ ଦର୍ଶାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରବେଶିକା ଦେୟ ଜମା କରି ନାମ ପଞ୍ଜିକରଣ କରି ପାରିବେ। ଅନଲାଇନ ପଞ୍ଜିକରଣ ସମୟରେ ଡିମାଣ୍ଡ ଡ୍ରାପ୍ଟ କିମ୍ବା ଆକାଉଣ୍ଟ ଡିପୋଜିଟ୍ ସ୍ଲିପ୍ ନମ୍ବର ସହିତ ନିର୍ଧାରିତ ସ୍ଥାନରେ ପୂରଣ କରିବା ସହ ଏହାର ଛବି ଅପଲୋଡ୍ କରିବେ। ପଞ୍ଜିକରଣ ୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସବିଶେଷ ବିବରଣୀ ପାଇଁ [email protected] କିମ୍ବା ୯୪୩୭୧ ୦୭୦୨୯ରେ ଯୋଗାଯୋଗ କରି ପାରିବେ।

ସମ୍ବନ୍ଧିତ ଖବର