ଓଡ଼ିଶାର ୨୦ ସମେତ ମୋଟ ୧୦୫ ଖଣି ନିଲାମ ହେବ

ନୂଆଦିଲ୍ଲୀ : ୨୦୧୮-୧୯‌ରେ ଓଡ଼ିଶାର ୨୦ଟି ଖଣି ସମେତ ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ‌ତେଲେଙ୍ଗାନାରେ ସମୁଦାୟ ୧୦୫ ଖଣି ନିଲାମ ହେବ ବୋଲି କେନ୍ଦ୍ର ଖଣି ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ ସଦ୍ୟ ତଥ୍ୟରୁ ଜଣାପଡ଼ିଛି। ୨୦୧୮-୧୯ରେ ଓଡ଼ିଶାରେ ସର୍ବାଧିକ ୨୦ଟି ଖଣି ନିଲାମ ‌ହେବାକୁ ଥିବାବେଳେ ଦ୍ବିତୀୟ ସ୍ଥାନରେ ଝାଡ଼ଖଣ୍ଡ ରହିଛି। ଏଠାରେ ୧୭ଟି ଖଣିର ନିଲାମ ହେବ। ଓଡ଼ିଶାର ୨୦ଟି ଖଣି ମଧ୍ୟରେ ୩ଟି ଚୂନପଥର, ୧୧ଟି ଲୁହାପଥର, ଗୋଟିଏ ମାଙ୍ଗାନିଜ୍‌, ଗୋଟିଏ ଲୁହାପଥର ଓ ମାଙ୍ଗାନିଜ୍‌, ୨ଟି ବକ୍ସାଇଟ୍‌ ଓ ୨ଟି ଗ୍ରାଫାଇଟ୍‌ ଖଣି ରହିଛି। ନିକଟରେ ମନ୍ତ୍ରାଳୟ ଦ୍ବାରା ନିଲାମ ହେବାକୁ ଥିବା ଖଣିଗୁଡ଼ିକର ସମୀକ୍ଷା କରାଯାଇଥିଲା। ଓଡ଼ିଶାରେ ଏବେ ୨୪ଟି ଖଣି କାର୍ଯ୍ୟ କରୁଛି। ମୋଟ୍‌ ୩୧ଟି ଖଣିର ଲିଜ୍‌ ୨୦୨୦ରେ ଶେଷ ହେବ। ତେବେ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି ‌ଯେ ଓଡ଼ିଶାର ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ‌ ନେତୃତ୍ବରେ ଏକ କମିଟି ଗଠନ କରାଯାଇ ନିଲାମ ପରର ସ୍ଥିତି ଏବଂ ଚିଠ‌ା‌ ନିର୍ଦ୍ଦେଶାବଳି ପ୍ରସ୍ତୁତ ପାଇଁ ମନ୍ତ୍ରାଳୟ ଯୋଜନା କରୁଛି।

ସମ୍ବନ୍ଧିତ ଖବର