ପୁରୀ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍ ରହିଥିବା ହ୍ୟାଙ୍ଗର ଖୋଲିବାକୁ ନେଇ ହୋଇଥିବା ଅାବେଦନର ଆଜି ଶୁଣାଣି ହୋଇଛି। ପୁରୀର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହାର ଶୁଣାଣି କରିଛନ୍ତି। ତେବେ ଓକିଲ ଆନ୍ଦୋଳନ ଚାଲିଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ ହୋଇଛି। ଏଥିସହିତ, ଅଦାଲତ ଆଜି ଏହି ମାମଲାରେ ଅରଖକୁଦା ସାମୁଦ୍ରିକ ଥାନା ପୁଲିସକୁ ରିପୋର୍ଟ ତଲବ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଯେ, ଚିଲିକା ଉପରେ ହେଲିକପ୍ଟର ଉଡାଇଥିବା ଅଭିଯୋଗରେ ପୁଲିସ ଭୁବନେଶ୍ବରରେ ବୈଜୟନ୍ତଙ୍କ ହେଲିକପ୍ଟର ରହିଥିବା ହ୍ୟାଙ୍ଗରକୁୁ ସିଜ୍ କରିଥିଲେ। ଏହି ଘଟଣାେର ଇମ୍ଫାର ଲିଗାଲ ସେଲ୍ର ଜଣେ ପ୍ରତିନିଧି ହ୍ୟାଙ୍ଗର ମୁକ୍ତ କରିବାକୁ ଗତ ୨୪ ତାରିଖରେ ଆବେଦନ କରିଥିଲେ। କେସ୍ ନଂ ୨୨୧/୧୮ ଆଜି ତାହା ଶୁଣାଣିଥିଲା। ଅାବେଦନକାରୀ ଉପସ୍ଥିତ ଥିଲେ। ତେବେ ଏହାର ଶୁଣାଣି ହୋଇଥିଲେ ହେଁ ଆଇନଜୀବୀ ଆନ୍ଦୋଳନ ପାଇଁ ଶୁଣାଣି କରିବାକୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଛି।