ଗଞ୍ଜାମ: କୋଦଳା ଜେଲ କର୍ମଚାରୀଙ୍କୁ ଧକ୍କା ଦେଇ ବିଚାରାଧୀନ କଏଦୀ ଫେରାର

ବ୍ରହ୍ମପୁର/ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର କୋଦଳା ଜେଲରୁ ଜଣେ ବିଚାରାଧୀନ ଏକଦୀ ଗୁରୁବାର ଫେରାର ହୋଇଯାଇଛି। ଜେଲରୁ ଫେରାର ହେବା ପୂର୍ବରୁ କଏଦୀ ସନ୍ତୋଷ ବେହେରା ରୋଡ ମ୍ୟାପ୍‌ ତିଆରି କରିଥିଲା। ଜେଲ ଗେଟ୍‌ରେ ଜଗିଥିବା କର୍ମଚାରୀ ସାମାନ୍ୟ ଅବହେଳାର ସୁଯୋଗ ନେଇ ସେ ଏକ ଶକ୍ତ ଧକ୍କା ଦେଇ ଫେରାର ହୋଇ ଯାଇଥିଲା।

କଏଦୀ ସନ୍ତୋଷ ବେହେରା

ଏକ ଡକାୟତି ମାମଲାରେ ପୁଲିସ ଗତ ସେପ୍ଟେମ୍ବର ୧ରେ ସନ୍ତୋଷ ସମେତ ୫ ଜଣଙ୍କୁ କବିସୂର୍ଯ୍ୟନଗରରୁ ଗିରଫ କରିଥିଲା। ଗିରଫ ପରେ ପୁଲିସ ସନ୍ତୋଷକୁ କୋଦଳା ସବ୍‌-ଜେଲ୍‌ରେ ରଖିଥିଲା। ଆଜି ଅପରାହ୍ନ ୧୧ଟାରେ ସନ୍ତୋଷ ଜେଲ ଗେଟ୍‌ ଜଗିଥିବା କର୍ମଚାରୀଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ସନ୍ତୋଷକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ସୁଫଳ ପାଇ ପାରି ନାହିଁ।

ପୁଲିସ କବଳରୁ ଫେରାର ହେବା ନୂଆ ଘଟଣା ନୁହେଁ

ପୁଲିସ ଓ ଜେଲ ପରିସରରୁ ବିଚାରାଧୀନ କଏଦୀ ଅଥବା ଅଭିଯୁକ୍ତ ଫେରାର ହେବା ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଅନେକ ଥର ଦେଖାଯାଇଛି। ନିକଟରେ ନୂଆପଡାରେ କନଷ୍ଟେବଲଙ୍କୁ ଧକ୍କା ମାରି କୋର୍ଟ ପରିସରରୁ ଜଣେ କ୍ୟାଡର ମାଓବାଦର ମନୋଜ ମାଡକାମୀ ଚମ୍ପଟ ହୋଇଥିଲା। ଛତିଶଗଡ଼ର ଏହି ମାଓବାଦୀକୁ କୋମନାସ୍ଥିତ କୋର୍ଟରେ ହାଜର କରିବା ପାଇଁ ନିଆଯାଉଥିଲା। ସେହିପରି ଗତ ସେପ୍ଟେମ୍ବର ୧୧ରେ ଭଞ୍ଜନଗର ସବ୍‌-ଜେଲରୁ ବାବୁ ବେହେରା ନାମକ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ପୁଲିସ ଏପର୍ଯ୍ୟନ୍ତ ବାବୁକୁ ଗିରଫ କରିପାରି ନାହିଁ।

ସମ୍ବନ୍ଧିତ ଖବର