ମୁମ୍ବାଇ: ପ୍ରସିଦ୍ଧ ସିନେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ସୋମବାର ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜୟାଙ୍କ ସ୍ୱାମୀ ତଥା ମେଗାଷ୍ଟାର୍ ଅମିତାଭ ବଚ୍ଚନ ମଧ୍ୟ ରାତ୍ରିରେ ଜୟାଙ୍କ ଜନ୍ମଦିନ ଅବସରରେ ଏକ ବ୍ଲଗ ଲେଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଗ୍ ବି ଲେଖିଛନ୍ତିି, ‘ଏହି ମଧ୍ୟ ରାତ୍ରରେ ଶୁଭକାମନା ଜଣାଉଛି। ସତୁରି ଦଶକର ମହିଳାଙ୍କୁ ସ୍ୱାଗତ କରୁଛି। ସେ ଜଣେ ପତ୍ନୀ ଏବଂ ମାଆ। ଏହି ଲେଖିବା ଅବସରରେ ପ୍ରେମ ଓ ଭଲପାଇବାର ସହ ସେହି ସ୍ୱତନ୍ତ୍ର ମହିଳାଙ୍କୁ ମୋ ହସ୍ତଲେଖାରେ ଅଭିନନ୍ଦନ। ଏହି ସ୍ୱତନ୍ତ୍ର ଦିବସରେ ସମସ୍ତଙ୍କ ସହ ସମୟ ବିତାଇବାକୁ ମନେ ରଖିବ। କାହାକୁ ମନରେ ରଖିବା ପାଇଁ ସବୁଠାରୁ ଭଲ କୌଶଳ।’
ସେ ପତ୍ନୀ ଜୟାଙ୍କର ଏକ ଫଟୋ ବି ସେୟାର୍ କରିଛନ୍ତି। ଫଟୋଟିରେ ଜୟା ପୁଅ ଅଭିଷେକ ଏବଂ ଝିଅ ସ୍ୱେତାଙ୍କ ସହ ନଜର ଆସିଛନ୍ତି।
ଚଳଚ୍ଚିତ୍ର ‘ଗୁଡି’, ‘ଅଭିମାନ’, ‘ମିଲି’ ଆଦି ଚଳଚ୍ଚିତ୍ରଗୁଡ଼ିକରେ ଏହି ନାୟିକା ନିଜର ସରଳ ଚରିତ୍ର ପାଇଁ ଲୋକଙ୍କ ମନରେ ସହଜରେ ବସି ପାରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ‘ସିଲ୍ସିଲା’, ‘ଚୁପ୍କେ ଚପ୍କେ’, ‘କୋସିସି’ ଏବଂ ‘ସୋଲେ’ ଚଳଚ୍ଚିତ୍ର ପାଇଁ ସେ ସଭିଙ୍କ ମନର ରାଣୀ ପାଲଟିଗଲେ।