ନିଜେ ଆର୍ଥିକ ଦୂରାବସ୍ଥା ମଧ୍ୟରେ ଥାଇ ସୁଦ୍ଧା କେରଳର ବନ୍ୟା ଦୁର୍ଗତଙ୍କ ପାଇଁ ବଢ଼ାଇଲେ ସାହାଯ୍ୟର ହାତ; ମାଗଣାରେ ବାଣ୍ଟିଲେ କମ୍ବଳ
ଥିରୁବନନ୍ତପୁରମ୍: କେରଳରେ ବର୍ଷାର ତାଣ୍ଡବ ଏବେ ଲୋକମାନଙ୍କୁ ଚିନ୍ତାରେ ପକାଇଛି । ଯେତିକି ଭାବି ନଥିଲେ ତାହାଠାରୁ ଅଧିକ କ୍ଷୟକ୍ଷତି ହୋଇ ସାରିଲାଣି । ୩୭ଜଣଙ୍କର ମୃତ୍ୟୁ ହେବା ସହ ବର୍ଷା ହେତୁ ଲୋକମାନଙ୍କର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବାରୁ ସେମାନେ ବନ୍ଧ ଉପରେ ସରକାରଙ୍କ ସାହାଯ୍ୟକୁ ଅନାଇ ବସିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
Meet #Vishnu. He is a blanket merchant from Maharashtra. He came back to Kerala with 50 blanket to sell. But once he knew about the calamities this guy didn’t have to think twice he donated his entire stock of blankets to the district collector. #KeralaFloodRelief pic.twitter.com/fcz7MTE5LL
— Pishu Mon (@PishuMon) August 11, 2018
ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ଜଣେ କମ୍ବଳ ବ୍ୟବସାୟୀ ବିଷ୍ଣୁ ନିଜ ଦୋକାନରେ ଥିବା ସମସ୍ତ କମ୍ବଳକୁ ମାଗଣାରେ କେରଳ ଦୁର୍ଗତଙ୍କ ପାଇଁ ଦାନ କରିଥିବା ଜଣା ପଡ଼ିଛି । ସୂଚନା ମୁତାବକ, କେରଳକୁ ବିଷ୍ଣୁ ୫୦ଟି କମ୍ବଳ ବିକ୍ରି କରିବାକୁ ଆସିଥିବା ବେଳେ ଲୋକମାନଙ୍କ ଶୋଚନୀୟ ଅବସ୍ଥା ଦେଖି ସେ ଏହି ନିଷ୍ପତି ନେଇଥିଲେ । କମ୍ବଳ ବିକ୍ରି କରି କିଛି ଟଙ୍କା ଆୟ କରିବାକୁ ଆସିଥିବା ବିଷ୍ଣୁ ଲୋକମାନଙ୍କ ଅବସ୍ଥା ଦେଖି ନିଜର ମନ ପରିବର୍ତ୍ତନ କରିଥିଲେ । ନିଜ ଆୟ କଥା ନ ଭାବି ଆଣିଥିବା ୫୦ଟି କମ୍ବଳ ମାଗଣାରେ ଦେବା ସହ ମହାରାଷ୍ଟ୍ର ଯାଇ ନିଜ ପାଖରେ ବାକି ଥିବା ସବୁ କମ୍ବଳ ଆଣି ଦାନ କରିଥିଲେ । ବିଷ୍ଣୁଙ୍କ ଆର୍ଥକ ଅବସ୍ଥା ଭଲ ନଥାଇ ମଧ୍ୟ ସେ ଏପରି କରିବା ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଥିବା ବେଳେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ବିଷ୍ଣୁ ।