କପିଲ ଶର୍ମାଙ୍କ ସହ କାମ କରିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ନିଜର ବୟାନ ରଖିଲେ ଭାରତୀ ସିଂହ, ଦେଲେ ଏହି ଜବାବ
ମୁମ୍ବାଇ : କିଛି ଦିନ ତଳେ ହାସ୍ୟ ଅଭିନେତା କପିଲ ଶର୍ମା ପୁଣି ଥରେ ନିଜର ଏକ ନୂଆ ସୋ’ ନେଇ ପରଦାକୁ ଫେରୁଥିବା ଖବର ମିଳିଥିଲା । ଏହି ସୋ’ର ପ୍ରିମିୟର ଅକ୍ଟୋବର ମାସରେ ହେବାକୁ ଥିବା ବେଳେ କପିଲ ଏହି ସୋ’ରେ ହାସ୍ୟ ଅଭିନେତା କୃଷ୍ଣା ଅଭିଷେକଙ୍କ ସହ ସ୍କ୍ରିନ୍ ସେୟାର କରିବେ ବୋଲି ସୂଚନା ମିଳିଥିଲା । କିନ୍ତୁ ଏବେ କପିଲଙ୍କ ଏହି ସୋ’ରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସୋ’ ସଂପର୍କରେ ଭାରତୀ କହିଛନ୍ତି, ‘ମୁଁ ଏବେ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ କରୁଛି । ଏ ସମୟରେ ଆଉ କୌଣସି ସୋ’ ମୁଁ ହାତକୁ ନେବା ପରିସ୍ଥିତିରେ ନାହିଁ । ଯଦି ଏଭଳି କିଛି ହେବାର ଥାଆନ୍ତା । ତେବେ ମୁଁ ଏହାକୁ ହୃଦୟରୁ ସ୍ୱୀକାର କରିଥାନ୍ତି । ଯଦି କପିଲ ମୋତେ ତାଙ୍କ ସୋ’ରେ କାମ କରିବାର ସୁଯୋଗ ଦେଇଥାନ୍ତେ,ତେବେ ମୁଁ ଖୁସିରେ କାମ କରିବାକୁ ରାଜି ହୋଇଥାନ୍ତି । କିନ୍ତୁ ସେ ମୋତେ କୌଣସି ଅଫର ଦେଇ ନାହାନ୍ତି।’