ଲଣ୍ଡନ: ଭାରତ ବିରୋଧରେ ମଙ୍ଗଳବାର ଇଂଲଣ୍ଡ ଓଭାଲ ଟେଷ୍ଟକୁ ୧୧୮ ରନ୍ରେ ଜିତିଛି। ଇଂଲଣ୍ଡ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୩୨ ରନ୍ ଓ ଦ୍ୱିତୀୟ ଇନିଂସରେ ୮ ଓ୍ଵିକେଟ ହରାଇ ୪୨୩ ରନ୍ ସଂଗ୍ରହ କରିବା ପରେ ଘୋଷଣା ପାଳି କରିଥିଲା। ଭାରତ ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୨୯୨ ରନ୍ ଓ ଦ୍ୱିତୀୟ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୪୫ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତ ଶେଷ ତଥା ୫ମ ଟେଷ୍ଟରେ ୧୧୮ ରନରେ ପରାସ୍ତ ହୋଇଛି। ଏଥି ସହିତ ଇଂଲଣ୍ଡ ଚଳିତ ଶୃଙ୍ଖଳାକୁ ୪-୧ରେ ବିଜୟୀ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓପନ୍ର କେ.ଏଲ୍ ରାହୁଲ ଲଢୁଆ ବ୍ୟାଟିଂ କରି ୨୨୪ଟି ବଲ୍ ଖେଳି ୧୪୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୨୦ଟି ଚୌକା ଓ ଗୋଟିଏ ଛକା ଶାମିଲ ଥିଲା। ସେହିପରି ଆଦିଲ ରସିଦଙ୍କ ଦ୍ୱାରା ରାହୁଲ ବୋଲ୍ଡ ହୋଇଥିଲେ। ସେହିପରି ଋଷଭ ପନ୍ଥ ୧୪୬ଟି ବଲ ଖେଳି ୧୧୪ ରନ୍ ଯୋଡ଼ିଥିଲେ। ଏଥିରେ ୧୫ଟି ଚୌକା ଓ ୪ଟି ଛକା ଶାମିଲ ଥିଲା। ଭାରତର ପ୍ରଥମ ଓ ଶେଷ ପର୍ଯ୍ୟାୟର ବ୍ୟାଟସ୍ମ୍ୟାନମାନେ ଦୁର୍ବଳ ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜେମସ୍ ଆଣ୍ଡରସନ୍ ୩ଟି ଓ୍ଵିକେଟ୍, ସାମ୍ କୁରେନ ଓ ଆଦିଲ ରସିଦ ୨-୨ ଓ୍ଵିକେଟ୍ ନେଇଥିବା ବେଳେ ଷ୍ଟୁଆର୍ଟ ବ୍ରୋଡ, ମୋଇନ ଅଲି ଓ ବେନ୍ ଷ୍ଟୋକସ୍ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।