ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକର ମିନାପାଇ ଅଞ୍ଚଳରେ ଦୁଇ ଜଣ ଯୁବକ ୧୧କେଭି ବିଦ୍ୟୁତ ଲାଇନ୍ରୁ ହୁକ୍ ପକାଇ ବନ୍ୟଜନ୍ତୁ ଶିକାର କରୁଥିବା ସମୟରେ ବିଦ୍ୟୁତ କର୍ମଚାରୀଙ୍କ ହାବୁଡରେ ପଡିଛନ୍ତି। ଉଭୟଙ୍କୁ ଥାନାରେ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବା ବେଳେ ନାରାୟଣପାଟଣା ଜଙ୍ଗଲ ଅଞ୍ଚଳ ସମେତ ମିନାପାଇ ରାଫକଣା ଅଞ୍ଚଳରେ ହୁକ୍ ପକାଇ ବନ୍ୟଜନ୍ତୁ ଶିକାର କରାଯାଉଥିବା ଖବର ପାଇ ବିଦ୍ୟୁତ ବିଭାଗ ପକ୍ଷରୁ କିଛି କର୍ମଚାରୀଙ୍କୁ ଜଙ୍ଗଲରେ ନିୟୋଜିତ କରିଥିଲା। ଏହି କର୍ମଚାରୀ ମାନେ ପ୍ରତିଦିନ ପାଟ୍ରୋଲି˚ କରୁଥିଲେ। ଆଜି ମିନାପାଇ ଗାଁର ମିଥୁନ ସୁନା ଓ ନିମ ଖୋସ୍ଲା ଜଙ୍ଗଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ଲାଇନ୍ରୁ ହୁକ୍ ପକାଇ ବନ୍ୟଜନ୍ତୁ ଶିକା ପାଇଁ ବିଦ୍ୟୁତ ତାର ବିଛାଇଥିଲେ। ପାଟ୍ରୋଲିଂ କରୁଥିବା ବିଦ୍ୟୁତ ବିଭାଗ କର୍ମଚାରୀ ଏସଂପର୍କରେ ଜାଣିବା ପରେ ଜଙ୍ଗଲ ମଧ୍ୟରେ ଛପି ରହିଥିବା ମିଥୁନ ସୁନା ଓ ନିମ ଖୋସ୍ଲାଙ୍କୁ କାବୁ କରି ଏସଡିଓ ତୁଷାର କାନ୍ତ ରାଉତଙ୍କୁ ଜଣାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଚଢାଉରେ ଯନ୍ତ୍ରୀ ଗୋପବନ୍ଧୁ ଦାଶ ମଧୢ ଉପସ୍ଥିତ ଥିଲେ। ବିଦ୍ୟୁତ ବିଭାଗ ଏସଡିଓ ଉଭୟଙ୍କ ନାଁରେ ଲକ୍ଷ୍ମୀପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଆସନ୍ତାକାଲି ଉଭୟଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। ଆଗାମୀ ଦିନରେ ବନ ବିଭାଗ ଓ ବିଦ୍ୟୁତ ବିଭାଗ ପକ୍ଷରୁ ମିଳିତ ଭାବେ ଜଙ୍ଗଲରେ ଚଢାଉ କରାଯିବ ବୋଲି ରେଞ୍ଜର କୁମାର ଖରା ପ୍ରକାଶ କରିଛନ୍ତି। ଏହି ଚଢାଉ ସମୟରେ ବିପୁଳ ପରିମାଣର ବିଦ୍ୟୁତ ତାର ସହ ଅନ୍ୟାନ୍ୟ ସାମଗ୍ରୀ ମଧୢଜବତ କରାଯାଇଛିା