ଭଉଣୀ ପ୍ରିୟଙ୍କାଙ୍କ ବିବାହରେ ଏହି ୫ଟି ଗୀତରେ ନାଚିବାକୁ ଯାଉଛନ୍ତି ପରୀଣିତି ଚୋପ୍ରା, କରି ସାରିଛନ୍ତି ଯୋଜନା
ମୁମ୍ବାଇ : କିଛି ଦିନ ହେବ ବିବାହ ତାରିଖ ଠିକ୍ ହେବା ପରେ ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଏବଂ ନିକ୍ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କ ବିବାହର ତାରିଖ ଡ଼ିସେମ୍ବର ୨ରେ ଧାର୍ଯ୍ୟ କରାଯାଇଥିବା ବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ଭଉଣୀ ପରୀଣିତି ଚୋପ୍ରା । ପ୍ରିୟଙ୍କାଙ୍କ ବିବାହକୁ ନେଇ ସେ ଆଗରୁ ଉତ୍ସାହିତ ଥିବା ବେଳେ ବିବାହ ତାରିଖ ଠିକ୍ ହେବା ପରେ ଏବେ ସେ ଆହୁରି ଖୁସିଥିବା ଜଣା ପଡ଼ିଛି । ବିବାହରେ ସେ କେଉଁ ୫ଟି ଗୀତରେ ନାଚିବେ ତାହା ମଧ୍ୟ ଠିକ୍ କରି ସାରିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବିବାହ ଉତ୍ସବରେ ପରୀଣିତି ପ୍ରିୟଙ୍କାଙ୍କ ସବୁ ହିଟ୍ ଗୀତରେ ନାଚିବେ ବୋଲି କହିଛନ୍ତି । ତାଙ୍କ ଗୀତ,ରାମ ଚାହେ ଲୀଲା,ଦେଶୀ ଗର୍ଲ,ତୁନେ ମାରୀ ଏଣ୍ଟ୍ରୀ ଇତ୍ୟାଦି ଗୀତରେ ନାଚିବେ ବୋଲି କହିଛନ୍ତି ପରୀଣିତି । ଏହି ଗୀତ ମଧ୍ୟରେ ନିକ୍ଙ୍କ କିଛି ଗୀତ ମଧ୍ୟ ରହିଥିବା ସୂଚନା ମିଳିଛି ।