ରାଜନୀତିରେ ପ୍ରବେଶ କରିବାକୁ ହେଲେ ପ୍ରାର୍ଥୀଙ୍କୁ ଦେବାକୁ ପଡିବ ଲିଖିତ ପରୀକ୍ଷା! ଆସନ୍ତୁ ଜାଣିବା କେଉଁଠି ଓ କାହିଁକି ଏପରି ବ୍ୟବସ୍ଥା
ସାଧାରଣ ଭାବରେ କୌଣସି ଚାକିରୀ କରିବା ପାଇଁ କିମ୍ବା କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବା ପାଇଁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ପରୀକ୍ଷା ଦେବାର ଆବଶ୍ୟକତା ରହିଥାଏ । ତେବେ ବର୍ତମାନ ସମୟରେ ଏପରି ଏକ ଖବର ଆସିଛି ଯେ, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ମିଳିଥିବା ସୂଚନା ଅନୁସାରେ, ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ରାଜନୀତିରେ ପାଖାପାଖି ୧ ଲକ୍ଷ ଲୋକଙ୍କୁ ଯୋଡିବା ପାଇଁ ଏକ ଉଦ୍ୟମ କରିଥିବା ଜଣାପଡିଛି । ତେବେ ଏହି ଦଳରେ ସାମିଲ ହେବାକୁ ହେଲେ ସମ୍ପୃକ୍ତ ଯୁବକ ଓ ଯୁବତୀଙ୍କୁ ଲିଖିତ ଓ ସାକ୍ଷାତକାର ପରୀକ୍ଷା ଦେବା ପାଇଁ ପଡିବ ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ବର୍ତମାନ ସମୟରେ ଯେପରି ଭାବରେ ସାରା ଦେଶରେ ପାଠୁଆ ଯୁବକ ଓ ଯୁବତୀ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ପ୍ରଶାନ୍ତ କହିଛନ୍ତି । ଏହାସହ ଅଧିକ ଶିକ୍ଷିତ ବ୍ୟକ୍ତି କିପରି ଭାବରେ ରାଜନୀତିରେ ପ୍ରବେଶ କରିବେ ତାହାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହାସହ ସେହି ପାଠୁଆ ଯୁବକ ଓ ଯୁବତୀ ମାନଙ୍କୁ ମଧ୍ୟ ଟିକେଟ ଦିଆଯିବ । ବିହାରରେ ଯେପରି ଭାବରେ ବିଜେପି ଓ ଅନ୍ୟ ଦଳରେ କର୍ମୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି ତାହାକୁ ଦୃଷ୍ଟିରେ ରଖି ଏପରି କାମ କରାଯାଇଥିବା ସୂଚନା ମିଳିଛି । ନୂତନ ସଦସ୍ୟ କରିବା ପାଇଁ ପାର୍ଟି ପ୍ରଶାନ୍ତ କିଶୋରଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରିଛି। ଏଥିପାଇଁ ଟେଲିଫୋନ ଲାଇନ ମଧ୍ୟ ଆରମ୍ଭ କରାଯାଇଛି।
ଯଦି କେହି ପାର୍ଟିରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ସେ ଫୋନ କରି ସମୟ ମଧ୍ୟ ନେଇ ପାରିବେ। ଏହା ପରେ ତାଙ୍କୁ ପାଟନା ଯିବାକୁ ପଡ଼ିବ। ଏଠାରେ ତାଙ୍କର ରାଜନୈତିକ ବିଚାର ଓ ଜ୍ଞାନ ବିଷୟରେ ଜାଣିବା ପାଇଁ ଏକ ପ୍ରଶ୍ନାବଳୀର ଫର୍ମ ଭରିବାକୁ ପଡ଼ିବ। ପ୍ରଶାନ୍ତ କିଶୋରଙ୍କ ସହିତ ନିର୍ଦ୍ଦେଶକଙ୍କ ସାକ୍ଷାତ ପରେ ଯଦି ଯୁବକ ଚୟନ ହୁଅନ୍ତି ତେବେ ତାଙ୍କୁ ପାର୍ଟିର ଦାୟିତ୍ଵ ଦିଆଯାଇ ପାରେ ବୋଲି ସୂଚନା ମିଳିଛି । ତେବେ ଭାରତରେ ପ୍ରଥମଥର ପାଇଁ କୌଣସି ରାଜନୈତିକ ଦଳ ଏପରି କାର୍ଯ୍ୟକ୍ରମ କରାଯାଇଛି ।