ମହିଳାଙ୍କ ଆଖିଡୋଳା କାଢ଼ିନେବା ଘଟଣା : ଏସ୍ସିବିରେ ପରୀକ୍ଷଣ; ନର୍ସିଂହୋମ୍ରେ ଯାଞ୍ଚ
ସିଡିଏମ୍ଓଙ୍କ ନେତୃତ୍ବରେ ୩ଜଣିଆ ତଦନ୍ତ କମିଟି ଗଠିତ
କଟକ : ମହିଳାଙ୍କ ଆଖିଡୋଳା କାଢ଼ିନେବା ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କଟକରେ ହଇଚଇ ସୃଷ୍ଟି ହୋଇଛି। ମଂଗଳବାଗ ଥାନା ପୁଲିସ ଆଜି ଏହି ଘଟଣାରେ ପୀଡ଼ିତା ମହିଳାଙ୍କ କଟକ ବଡ଼ ମେଡିକାଲ୍ରେ ଚକ୍ଷୁ ପରୀକ୍ଷା କରାଇଛନ୍ତି। ପରୀକ୍ଷା ପରେ ମହିଳାଙ୍କ ଆଖିରେ ଡୋଳା ନଥିବା ଡାକ୍ତର ରିପୋର୍ଟ ଦେଇଛନ୍ତି। ପୁଲିସ ଏହି ରିପୋର୍ଟକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ଡାକ୍ତର ବିଭୂତି ଭୂଷଣ ନାୟକଙ୍କୁ ପଠାଇବା ସହ ପୀଡ଼ିତାଙ୍କ ଅପରେସନ୍ କରାଯାଇଥିବା ମଂଗଳାବାଗ କାଠଗୋଲା ସାହସ୍ଥିତ ସାହରା ନର୍ସିଂହୋମ୍ରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ୍ କରିଛି। ଅନ୍ୟପଟେ ସିଡିଏମ୍ଓ ଡାକ୍ତର ନାୟକଙ୍କ ନେତୃତ୍ବରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। କମିଟି ଘଟଣାର ତଦନ୍ତ କରି ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ସିଡିଏମ୍ଓ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଆଠଗଡ ବ୍ଲକ୍ ଅନ୍ତର୍ଗତ ଧାଇପୁର ଗ୍ରାମର ଅଲେଖ ରାଉତଙ୍କ ସ୍ତ୍ରୀ ସୁଲୋଚନା(୫୨ଙ୍କ ଆଖିରେ କିଛି ଦିନ ତଳେ ପାନ ଛେପ ପଡିଯାଇଥିଲା। ଆଖିରେ ଯନ୍ତ୍ରଣା ହେବାରୁ ସେ କଟକ ବଡ଼ ମେଡିକାଲ୍ ଆସି ଡାକ୍ତରଙ୍କୁ ଦେଖାଇଥିଲେ। ମାତ୍ର ଔଷଧ ଖାଇବା ପରେ ମଧ୍ୟ ଯନ୍ତ୍ରଣା କମିନଥିଲା। ବିଭିନ୍ନ ସ୍ଥାନରେ ଆଖି ଦେଖାଇ ନିରାଶ ହେବା ପରେ ସେ ଘର ପାଖରେ ଥିବା ବଳରାମପୁର ସ୍କୁଲରେ ଆୟୋଜିତ ଚକ୍ଷୁ ଚିକିତ୍ସା ଶିବିରକୁ ଯାଇଥିଲେ। ଶିବିରରେ ଆଖି ଦେଖାଇବା ଡାକ୍ତର ତାଙ୍କୁ ଅେସ୍ତ୍ରାପଚାର ପାଇଁ କାଠଗୋଲାସାହି ସ୍ଥିତ ସାହରା ନର୍ସିଂହୋମ୍କୁ ପଠାଇଥିଲେ। ଗତ ଡିସେମ୍ବର ୧୬ରେ ସୁଲୋଚନା ନର୍ସିଂହୋମ୍ରେ ଭର୍ତ୍ତି ହୋଇଥିଲେ। ଅେସ୍ତ୍ରାପଚାର ପରେ ୧୯ ତାରିଖରେ ଡିସଚାର୍ଜ କରାଯାଇଥିଲା। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗତ ମାସ ୨୮ତାରିଖ ଦିନ ସେ ଆଖି ଦେଖାଇବାକୁ ଆସିଥିବା ବେଳେ ଚକ୍ଷୁ ପରୀକ୍ଷଣ ସମୟରେ ଅେସ୍ତ୍ରାପଚାର ହୋଇଥିବା ଆଖିର ଡୋଳା ନଥିବା ଡାକ୍ତର କହିଥିଲେ। ଏହା ଶୁଣିବା ପରେ ସୁଲୋଚନା ହଠାତ୍ ଅଚେତ୍ ହୋଇଯାଇଥିଲେ। ଆମକୁ ନଜଣାଇ ଆଖିର ଡୋଳାକୁ କାଢି ନେଲ କାହିଁକି ବୋଲି ନର୍ସିଂହୋମ କର୍ତ୍ତୃପକ୍ଷଙ୍କୁ ସୁଲୋଚନାଙ୍କ ପରିବାର ଲୋକେ ପ୍ରଶ୍ନ କରିଥିଲେ। ‘ତମେ ଲେଖିକି ଦେଇଛ, ସେହି ଅନୁସାରେ ଡୋଳା କଢାଯାଇଛି’ ବୋଲି ନର୍ସିଂହୋମ୍ କର୍ତୃପକ୍ଷ କହି ଆମଠାରୁ ସମସ୍ତ କାଗଜପତ୍ର ଛଡାଇ ନେଇଥିବା ସୁଲୋଚନାଙ୍କ ସ୍ବାମୀ ଅଲେଖ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ସାହରା ନର୍ସିଂହୋମ୍ ପକ୍ଷରୁ ଏସ୍.େକ ଆଫ୍ରୋଜ୍ କହିଛନ୍ତି ବେଆଇନ ଭାବେ ମହିଳାଙ୍କ ଅେସ୍ତ୍ରାପଚାର କରାଯାଇନାହିଁ। ଆଖିରୁ ଡୋଳା କଢ଼ାଯିବା ବୋଲି ମହିଳାଙ୍କ ପୁଅ ଓ ସଂପର୍କୀୟଙ୍କ ଲିଖିତ ଆକାରରେ ଦେବା ପରେ ଅପରେସନ୍ କରାଯାଇଛି। ଏସଂପର୍କିତ ସମସ୍ତ କାଗଜପତ୍ର ପୁଲିସକୁ ଆମେ ଦିଆଯାଇଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଘଟଣା ଗମ୍ଭୀରତାକୁ ଦୃଷ୍ଟି ରଖି ସିଡିଏମ୍ଓଙ୍କ ଅଧ୍ୟକ୍ଷତାରେ ଚନ୍ଧୁ ଓ ସର୍ଜରୀ ବିଭାଗ ଡାକ୍ତରଙ୍କୁ ନେଇ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ପୁଲିସ ପକ୍ଷରୁ ମେଡିକାଲ ରିପୋର୍ଟ ଓ ଅଭିେଯାଗର ସମସ୍ତ ତଥ୍ୟ ସିଡିଏମ୍ଓଙ୍କ ପାଖକୁ ପଠାଇଦିଆଯାଇଛି। ଏସବୁକୁ ଭିତ୍ତି କରିି ଗଠିତ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ମହିଳାଙ୍କଠାରୁ ନର୍ସିଂହୋମରେ ଚିକିତ୍ସା ସମୟରେ ଥିବା ବିଭିନ୍ନ କାଗଜପତ୍ରକୁ ପୁଲିସ ଜବତ୍ କରିଥିବା ସୂଚନା ମିଳିଛି।