ଜୟଦେବ ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ତଦାନ ଶିବିର: ୩୬ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ଜୟଦେବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୂର୍ବ ଛାତ୍ର ପରିଷଦ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଗୋଲକ ବିହାରୀ ମହାପାତ୍ର ଯୋଗଦାନ କରି ଶିବିର ଉଦ୍‌ଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସରୋଜକାନ୍ତ ସାମଲ, ପରିଚାଳନା ସମିତି ସଂପାଦକ ବାଣୀବ୍ରଜ ତ୍ରିପାଠୀ, ଯୁଗ୍ମ ସଂପାଦିକା ଶାନ୍ତି ବେହରା, ଉପ-ସଭାପତି ବ୍ରଜକିଶୋର ଶର୍ମା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପବିତ୍ର ପଣ୍ଡା ଶିବିର ନିମନ୍ତେ ଆବଶ୍ୟକ ପ୍ରସ୍ତୁତି କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ତଥା ସହକର୍ମୀଙ୍କ ସହଯୋଗରେ ପ୍ରଧାନ ଆଚର୍ଯ୍ୟ ଶିବିର ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଶିବିରରେ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ପୂର୍ବ ଛାତ୍ରଛାତ୍ରୀଙ୍କ ଏକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା

ସମ୍ବନ୍ଧିତ ଖବର