ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ବିଭନ୍ନ ଫଟୋ ଓ ଭିଡିଓ ସେୟାର ହେବାରେ ଲାଗିଛି। ଏଥିମଧ୍ୟରୁ କିଛି ଫଟୋକୁ ଦେଖିଲେ ଲୋକମୂଳ ଟାଙ୍କୁରି ଉଠୁଛି। ଏହି ଫଟୋକୁ ନେଇ ଦାବି କରଯାଉଛି କି, ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିଦ୍ ହୋଇଥିବା ଯବାନଙ୍କର। କିନ୍ତୁ ଏହି ଫଟୋ ଓ ଭିଡିଓକୁ ସିଆରପିଏଫ ଯବାନ ଖଣ୍ଡନ କରିଛନ୍ତି। ସିଆରପିଏଫ୍ ଲୋକମାନଙ୍କୁ ଏହି ଗୁଜବ ଫଟୋ ଓ ଭିଡିଓକୁ ସେୟାର ଓ ଲାଇକ୍ କରିବାକୁ ମନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସିଆରପିଏଫ୍ ଆଡଭାଇଜରି ଜାରି କରି କହିଛନ୍ତି, ଜମ୍ମୁକଶ୍ମୀରର ପୁଲଓ୍ଵାମାରେ ସିଆରପିଏଫ୍ଙ୍କ ଉପରେ ଆତଙ୍କବାଦୀ କରିଥିବା ଆକ୍ରମଣର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ଆକ୍ରମଣ ପରେ ସହିଦ୍ ଯବାନଙ୍କ ଶରୀର ଖଣ୍ଡବିଖଣ୍ଡ ହୋଇ ଏଣେତେଣ ବିଖାରି ହୋଇପଡ଼ିଛି। ଏହି ଫଟୋ ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି। ସିଆରପିଏଫ୍ ଲୋକମାନଙ୍କୁ ଆପିଲ କରି କହିଛନ୍ତି, ଏହି ମିଥ୍ୟା ଫଟୋ ଓ ଭିଡିଓକୁ ଆଦୌ ସେୟାର କରନ୍ତୁ ନାହିଁ। ଯଦି ଆପଣଙ୍କ ପାଖକୁ କୌଣସି ସୂତ୍ରରୁ ଏଭଳି ଫଟୋ ଓ ଭିଡିଓ ଆସୁଛି ତେବେ ତୁରନ୍ତ [email protected]କୁ ଯାଇ ଅଭିଯୋଗ କରିବା ନେଇ ଆବେଦନ କରି ପାରିବେ।
ଉଲ୍ଲେଖଯୋଗ୍ୟ, ଜୈଶ୍-ଇ-ମହମ୍ମଦ(ଜେଏମ୍) ଆତଙ୍କବାଦୀ ସଂଗଠନ ସମୂହର ଜଣେ ଆତ୍ମଘାତୀ ଆକ୍ରମଣକାରୀ ଗତଗୁରୁବାର ପୁଲଓ୍ଵାମା ଜିଲ୍ଲାରେ ସିଆରପିଏଫ୍ ବସ୍ରେ ବିସ୍ଫୋଟକ ଭର୍ତ୍ତି ଥିବା ଏକ ଗାଡ଼ିକୁ ନେଇ ଧକ୍କା କରିଦେବା ପରେ ଦୁର୍ଘଟଣା ଘଟିଥିଲା। ଏଥିରେ ୪୮ ଜଣ ଯବାନ ସହିଦ ହୋଇଥିଲେ।
CRPF Advisory: It has been noticed that on social media some miscreants are trying to circulate fake pictures of body parts of our martyrs to invoke hatred while we stand united. Please don’t circulate/share/like such photos or posts. Report such content at [email protected] pic.twitter.com/icwxosQqLV
— ANI (@ANI) February 17, 2019