ଶ୍ରୀଲିଙ୍ଗରାଜ ମନ୍ଦିର କଡ଼ରେ ଯାତ୍ରୀ ସୁବିଧାସ୍ଥଳର ଭିତ୍ତିପ୍ରସ୍ତର

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ପାଚେରି କଡ଼ରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏକ ଯାତ୍ରୀ ସୁବିଧାସ୍ଥଳର ଭିତ୍ତିପ୍ରସ୍ତର କରାଯାଇଛି। ମନ୍ଦିରର ସିଂହଦ୍ଵାରର ଦକ୍ଷିଣ ଦିଗରେ ଏହାର ଶୁଭ ଦିଆଯାଇଛି। ଏହା ଫଳରେ ଖରା ବର୍ଷାରେ ଯାତ୍ରୀମାନେ ଏଠାରେ ଠିଆ ହୋଇ ଶୃଙ୍ଖଳିତ ଭାବେ ମନ୍ଦିରକୁ ପ୍ରବେଶ କରିପାରିବେ। ଓଟିଡିସି ପକ୍ଷରୁ ହେବାକୁ ଥିବା ଏହି ସୁବିଧାସ୍ଥଳଳୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଯୋଗଦେଇ ଶୁଭ ଦେଇଥିଲେ। ଏହି କାର୍ଯ୍ୟ ଓଟିଡିସି ପକ୍ଷରୁ ପ୍ରଥମ କିସ୍ତିରେ ୨୭ଲକ୍ଷ ଓ ପରେ ୪୦ଲକ୍ଷ ଟଙ୍କାର ବ୍ୟୟ କରାଯାଇଥିବା ବେଳେ ଲୁହା ପାଇପ୍‌ ଓ ଟିଣ ଚଦରରେ କରାଯିବ। ତେବେ ଏଥିପାଇଁ ମନ୍ଦିର ପ୍ରଶାସନ ଓ ପ୍ରତ୍ନତତ୍ତ୍ଵ ବିଭାଗ ଅନୁମତି ନିଆଯାଇଛି। ଏହି କାର୍ଯ୍ୟ ୬ମାସ ମଧ୍ୟରେ ଶେଷ ହେବ ବୋଲି ଓଟିଡିସି କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଜେନା କହିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ଟ୍ରଷ୍ଟ ବୋର୍ଡ଼ର ସଭ୍ୟ, ସ୍ଥାନୀୟ କର୍ପୋରେଟର ଦିପ୍ତୀମୟି ସମର୍ଥା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର