ଇଦ୍ ପ୍ରାର୍ଥନା ପରେ ଶ୍ରୀନଗରରେ ପ୍ରବଳ ପ୍ରତିବାଦ: ମସ୍ଜିଦ୍ ବାହାରେ ଜାକିର୍ ମୁସା, ମାସୁଦ୍ ଆଝାର ପୋଷ୍ଟର୍
ଶ୍ରୀନଗର: ବୁଧବାର ସକାଳେ ଜମ୍ମୁ ଓ କଶ୍ମୀରରେ ଇଦ୍ ପାଳନ ଚାଲିଥିବା ବେଳେ ଶ୍ରୀନଗରରେ ପ୍ରବଳ ପ୍ରତିବାଦ ଚାଲିଛି। ଇଦ୍ ପ୍ରାର୍ଥନା ପରେ ଶ୍ରୀନଗରର ଜାମିଆ ମସ୍ଜିଦ୍ ନିକଟରେ ନିରାପତ୍ତା ବଳଙ୍କ ଉପରକୁ ଢେଲା ଫିଙ୍ଗା ଯାଇଛି। ନିରାପତ୍ତା ବଳଙ୍କ ସହ ସଂର୍ଘଷ କରିବା ସମୟରେ ପ୍ରତିବାଦକାରୀମାନେ ଆତଙ୍କବାଦୀ ଜାକିର ମୁସା ଓ ମାସୁଦ ଆଝାରଙ୍କ ଛବି ଥିବା ପୋଷ୍ଟର୍ ପ୍ରଦର୍ଶନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦଳେ ମୁଖା ପିନ୍ଧା ପ୍ରତିବାଦକାରୀ ନିରାପତ୍ତା ବଳଙ୍କ ଉପରକୁ ଢେଲା ଫିଙ୍ଗିବାରୁ ଶ୍ରୀନଗରରେ ସଙ୍ଘର୍ଷର ସୂତ୍ରପାଦ ହୋଇଥିଲା।
ନିକଟ ଅତୀତରେ ଏନ୍କାଉଣ୍ଟ୍ରରେ ନିହତ କଶ୍ମୀର ୟୁନିଟ୍ ଅଲ୍-କାଏଦାର ମୁଖ୍ୟ ତଥା ଆତଙ୍କବାଦୀ ଜାକିର ମୁସା ଚିତ୍ର ଓ ‘ମୁସା ଆର୍ମି’ ଲିଖିତ ପୋଷ୍ଟର୍ ପ୍ରଦର୍ଶିତ ହୋଇଥିଲା।
ପ୍ରତିବାଦସ୍ଥଳରେ ଜୈଶ୍-ଏ-ମହମମ୍ମଦର ମୁଖ୍ୟ ମାସୁଦ ଆଝାରର ଫଟୋଚିତ୍ର ମଧ୍ୟ ପ୍ରଦର୍ଶନ ହୋଇଥିଲା। ପୁଲିସ ଅଧିକାରୀମାନେ କହିବା ଅନୁସାରେ, ଐତିହାସିକ ଜାମିଆ ମସ୍ଜିଦ୍ରେ ଇଦ୍ ପ୍ରାର୍ଥନା ଶେଷ ହେବା ପରେ ମସ୍ଜିଦ୍ ବାହାରେ ଏକତ୍ର ହୋଇଥିବା ଯୁବକମାନେ କର୍ତ୍ତବ୍ୟରତ ନିରାପତ୍ତା ବଳଙ୍କୁ ଉପକରଢେଲା ଫିଙ୍ଗିଥିଲେ। ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।
ଇଦ୍ ପ୍ରାର୍ଥନା ଶେଷ ହେଉ ହେଉ ଉତ୍ତର କଶ୍ମୀରର ବାରମୂଳା ଜିଲ୍ଳାରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ସେଠାରେ ଯୁବକମାନେ ଜମ୍ମୁ ଓ କଶ୍ମୀର ପୁଲିସ ଉପରକୁ ଢେଲା ଫିଙ୍ଗିଥିଲେ।