ସାଇଫନ୍‌ ନିକଟରୁ ମହିଳାଙ୍କ ଶବ ଜବତ

ବାଲିଅନ୍ତା : ପୁରୀ ମୁଖ୍ୟ କେନାଲ ସାଇଫନ୍‌ ନିକଟରୁ ବାଲିଅନ୍ତା ଥାନା ପୁଲିସ ଆଜି ଜଣେ ମହିଳାଙ୍କ ଶବ ଜବତ କରିଛି। ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ମଧ୍ୟମ ସ୍ବାସ୍ଥ୍ୟ ଥିବା ଏହି ମହିଳାଙ୍କ ଆନୁମାନିକ ବୟସ ୩୫ ବର୍ଷ ହେବ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। କେହି ଦାବିଦାର ନଥିବାରୁ ଶବକୁ ହସ୍ପିଟାଲର ଶବାଗାରରେ ରଖାଯାଇଛି। ତେବେ କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ଘଟିଲା, ସେ ଏଠାକୁ କେମିତି ଓ କାହିଁକି ଆସିଲେ, ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଛି; ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବ ବୋଲି ଥାନା ପକ୍ଷରୁ କୁହାଯାଇଛି। ଏ ନେଇ ବାଲିଅନ୍ତା ଥାନାରେ ନମ୍ବର ୨୬/୧୯ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର