ରାୟଗଡ଼ା: ରାୟଗଡା ଜିଲ୍ଲାରେ ଥିବା ରାୟଗଡ଼ା- ଗୁଣୁପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା ଫଳରେ ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଜଣେ ଗୁରୁତର ଆହତ ବି ହୋଇଥିବାର ଖବର ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲାର ରାୟଗଡ଼ା- ଗୁଣୁପୁର ରାସ୍ତାରେ ଥିବା ଭୁଜବଳ ଗାଁ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି । ସେଠାରେ ଏକ ଭ୍ୟାନ ଧକ୍କାରେ ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ଜି ଚୈତନ୍ୟ ବୋଲି ଜଣାପଡିଛି । ସେ ଜେକେ ପେପର ମିଲରେ କାମ କରୁଥିଲେ ବୋଲି ବି ଜଣାଯାଇଛି । ଭ୍ୟାନଟି ଦ୍ରୁତ ଗତିରେ ଆସି ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା କଡ଼କୁ ଛିଟିକି ଯାଇ ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।
ଏହି ଦୁର୍ଘଟଣାରେ ଆଉ ଜଣେ ଆହତ ହୋଇଛନ୍ତି । ଆହତ ଲୋକଙ୍କ ନାମ ବୀରସେନ ସିଂହ ବୋଲି ଜଣାଯାଇଛି। ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖାଲିସେତିକି ନୁହେଁ, ଏହି ଦୁର୍ଘଟଣାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତାରୋକ କରିଥିବା ଜଣାଯାଇଛି। ଘଟଣାସ୍ଥଳରେ ଚାନ୍ଦିଲି ପୁଲିସ ପହଞ୍ଚିଥିବା ଜଣାଯାଇଛି।