ହାର୍ଦ୍ଦିକଙ୍କୁ ରାମାୟଣ ପ୍ରବଚନ ସ୍ଥଳକୁ ଯିବା ଲାଗି ଦେଲା ନାହିଁ ଗୁଜରାଟ ପୁଲିସ
ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଠାରୁ ଆଦେଶ ଥିଲା
ସୁରତ: ପାଟିଦାର ଅନାମତ ଆନ୍ଦୋଳନ ସମିତି(ପାସ୍)ର ନେତା ହାର୍ଦ୍ଦିକ ପଟେଲ ଶୁକ୍ରବାର ସରଥାନା ଅଞ୍ଚଳରେ ମୋରାରୀ ବାପୁଙ୍କ ରାମାୟଣ ପ୍ରବଚନ ଶୁଣିବା ପାଇଁ ପହଞ୍ଚି ଥିଲେ। କିନ୍ତୁ ପୁଲିସ ମୁଖ୍ୟ ଫାଟକରୁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲା। ରାଜ୍ୟ ନିର୍ବାଚନ ଆୟୋଗ ରାମାୟଣ ପ୍ରବଚନ ପାଇଁ ଅନୁମତି ଦେବା ବେଳେ କହିଥିଲା, କୌଣସି ନେତା ତଥା ନିର୍ବାଚନ ଉପରେ ପ୍ରଭାବ ପକାଉଥିବା ବ୍ୟକ୍ତିଙ୍କୁ ପ୍ରବେଶ ଦିଆଯିବ ନାହିଁ। ଏହା ଦ୍ୱାରା ନିର୍ବାଚନ ପ୍ରଭାବିତ ହେବ। ଏଇଥି ପାଇଁ ହାର୍ଦ୍ଦିକଙ୍କୁ ଲୋକଙ୍କ ମଧ୍ୟ ଦେଇ ପ୍ରବଚନସ୍ଥଳକୁ ଯିବାକୁ ମନା କରାଯାଇଥିଲା। ପରେ ହାର୍ଦ୍ଦିକଙ୍କୁ ପୁଲିସ ପଛ ପାର୍ଶ୍ୱରେ ଥିବା ଗେଟ ନିକଟରେ ଥିବା ଭିଭିଆପି ପ୍ରକୋଷ୍ଠରେ ସ୍ୱାଗତ କରିଥିଲା। ପରେ ହାର୍ଦ୍ଦିକ ନିଜ ରାସ୍ତାରେ ଫେରିଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମଣିଶଙ୍କରଙ୍କ ଭାଷା ଭୁଲ, ବିଜେପି ନେତା ମଧ୍ୟ ଅପଶବ୍ଦ କହୁଛନ୍ତି: ହାର୍ଦ୍ଦିକ
ରାମାୟଣ ପ୍ରବଚନ ଶୁଣିବା ପାଇଁ ଯାଇଥିବା ହାର୍ଦ୍ଦିକ ପଟେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ନେତା ମଣିଶଙ୍କର ଆୟାର ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି, ତାହା ଭୁଲ ଅଟେ। କିନ୍ତୁ ବିଜେପି ନେତାମାନେ ମଧ୍ୟ ଅପଶବ୍ଦ ବ୍ୟବହାର କରୁଛନ୍ତି। ମୁଁ ଏଭଳି ଭାଷା ବ୍ୟବହାରକୁ ସମର୍ଥନ କରୁନାହିଁ।
ପାଟିଦାର ନେତା କହିଛନ୍ତି, ‘୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ‘ବାର ଗର୍ଲ’ କହିଥିଲେ। ୨୦୧୭ ନିର୍ବାଚନରେ ବିଜେପି ନେତାମାନେ ଆଶାଳୀନ ଶବ୍ଦର ବ୍ୟବହାର କରିଛନ୍ତି। ମୋଦି ମଧ୍ୟ ଏଭଳି ଶବ୍ଦ ବ୍ୟବହାର କରୁଛନ୍ତି, ଯାହା କି ଭଲ କଥା ନୁହେଁ। କଥିତ ସେକ୍ସ ସିଡି ଉପରେ ଗଣମାଧ୍ୟମର ପ୍ରଶ୍ନରେ ହାର୍ଦ୍ଦିକ କହିଛନ୍ତି, ବିଜେପି ସିଡି ବନାଇବାରେ ଏତେ ବ୍ୟସ୍ତ ରହୁଛି ଯେ, ନିଜର ଘୋଷଣାପତ୍ର ମଧ୍ୟ ପ୍ରସ୍ତୁତ କରି ପାରୁ ନାହିଁ।’
ପାଟିଦାର ଅନାମତ ଆନ୍ଦୋଳନ ସମିତି ସଂଯୋଜକ ଥାର୍ମିକ ମାଭାଲିଆ କହୁଛନ୍ତି, ହାର୍ଦ୍ଦିକ ପଟେଲଙ୍କ ସହିତ କିଛି କର୍ମୀ ରାମାୟଣ ପ୍ରବଚନ ସ୍ଥଳକୁ ପହଞ୍ଚି ଥିଲେ। ଏଠାରେ ଆୟୋଜକଙ୍କ ତରଫରୁ ହାର୍ଦ୍ଦିକଙ୍କୁ ସ୍ୱାଗତ କରାଯାଇଥିଲା। ହାର୍ଦ୍ଦିକ କିଛି ସମୟ ପରେ ସ୍ୱାଗତ କକ୍ଷରେ ବାପୁଙ୍କ ପ୍ରତିମା ପାଖରେ ବସି ଫେରି ଆସିଥିଲେ।
ହାର୍ଦ୍ଦିକଙ୍କ ଟୁଇଟ୍:
ହାର୍ଦ୍ଦିକ ପଟେଲ ଟୁଇଟ୍ କରି ଲେଖିଥିଲେ, ‘ସୁରତରେ ଆୟୋଜିତ ମୋରାରି ବାପୁଙ୍କ ରାମାୟଣ ପ୍ରବଚନ ଶୁଣିବାକୁ ମୁଁ ଯାଉଥିଲି। କିନ୍ତୁ ପୁଲିସ ଅଟକାଇ ଦେଇଛି। ପୁଲିସ କହିଛି ଆଚାର ସଂହିତା ଲାଗୁ କରାଯାଇଛି। ଧାର୍ମିକ ସ୍ଥଳରେ ନିର୍ବାଚନ ଆଚରଣ ବିଧି ଲାଗୁଛି। ରାମ-ରାମ। ’