ସୀମା ଟପିଲା ଶିକ୍ଷକଙ୍କ ଶାସନ: ସ୍କୁଲ ପରିସରରେ ଛାତ୍ରଙ୍କୁ ପିଟିପିଟି ବାଡ଼ି ଭାଙ୍ଗି ଦେଲେ, ନିଲମ୍ବିତ କଲେ ବ୍ଲକ୍ ଶିକ୍ଷା ଅଧିକାରୀ
କେନ୍ଦୁଝର : ବିଦ୍ୟାଳୟରେ ସୀମା ଟପିଗଲା ଶିକ୍ଷକଙ୍କ ଶାସନ । ଛାତ୍ରଙ୍କୁ ଶିକ୍ଷକଙ୍କ ବାଡିଭଙ୍ଗା ମାଡ । ବିଦ୍ୟାଳୟ ପରିସରରେ ପିଲାଙ୍କୁ ପିଟିପିଟି ବାଡି ଭାଙ୍ଗି ଦେଲେ ଶିକ୍ଷକ । ଏମିତି ଏକ ଅଭବାନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳରେ । ହରିଚନ୍ଦନପୁର ପିତାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ଧାଡି କରି ଆଣ୍ଠେଇ ପ୍ରଧାନ ଶିକ୍ଷକ ପ୍ରବଳ ମାଡ ମରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗଣିତ ଭୁଲ ହେବାରୁ ଶ୍ରେଣୀ ଗୃହ ଆଗରେ ପିଲାମାନଙ୍କୁ ଆଣ୍ଠେଇ ଦେଇଥିଲେ ପ୍ରଧାନ ଶିକ୍ଷକ ରତି ନାରାୟଣ ରାଉତ । ଆଉ ଏହା ପରେ ପିଲାଙ୍କୁ ମାଡ ମାରିବା ପାଇଁ ଶିକ୍ଷକ ଜଣଙ୍କ ନିଜର ସବୁ ବଳ ଲଗେଇ ଦେଇଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହୋଇଛି। ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷାଣା କରାଯାଇଥିବା ବେଳେ ଶିକ୍ଷକଙ୍କ ବାଡି ଭଙ୍ଗା ମାଡ ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଶିକ୍ଷା ବିଭାଗ । ସଂପୃକ୍ତ ଶିକ୍ଷକ ରତି ନାରାୟଣ ରାଉତଙ୍କୁ ନିଲମ୍ବିତ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ । ସେପଟେ ଏଭଳି ମାଡ ମାରିଥିବାରୁ ଭୁଲ ମାଗିଛନ୍ତି ସଂପୃକ୍ତ ଶିକ୍ଷକ ।