ବେଜିଂ: କରୋନାଭାଇରସ୍କୁ ନେଇ ବିଶ୍ବସ୍ତରରେ କଡ଼ା ସମାଲୋଚନାକୁ ସାମ୍ନା କରୁଥିବା ଚୀନ୍ ଏବେ ଭୂତାଣୁର ଉତ୍ପତ୍ତି ସମ୍ପର୍କରେ ଅନ୍ତର୍ଜାତୀୟ ତଦନ୍ତ ନିମନ୍ତେ ସଂପୂର୍ଣ୍ଣ ରାଜି ହୋଇଛି। ଚୀନ୍ରେ ଅନ୍ତର୍ଜାତୀୟ ତଦନ୍ତକାରୀ ଟିମ୍ର ପ୍ରବେଶଠାରୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ଚୀନ୍ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ବିଦେଶ ମନ୍ତ୍ରୀ ୱାଙ୍ଗ୍ ୱି କହିଛନ୍ତି। ତେବେ ଏହି ତଦନ୍ତ ସଂପୂର୍ଣ୍ଣ ନିରପେକ୍ଷ ଓ ରାଜନୈନିକ ହସ୍ତକ୍ଷେପରୁ ମୁକ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଚୀନ୍କୁ ବଦନାମ କରିବା ପାଇଁ ଆମେରିକା ‘ରାଜନୈତିକ ଭୂତାଣୁ’ ବ୍ୟବହାର କରୁଛି ଏବଂ ଏକ ନୂଆ ଶୀତଳ ଯୁଦ୍ଧ ସ୍ଥିତି ସୃଷ୍ଟି କରୁଛି ବୋଲି ୱାଙ୍ଗ୍ କହିଛନ୍ତି। ଆମେରିକା
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ପଦକ୍ଷେପରୁ ଦୂରେଇ ନ ରହିଲେ ସଙ୍କଟ ବଢ଼ିବ ବୋଲି ସେ କହିଛନ୍ତି। କରୋନାଭାଇରସ୍ର ଉତ୍ପତ୍ତି ପାଇଁ ଆମେରିକା ସିଧାସଳଖ ଚୀନ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଛି। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସମ୍ମିଳନୀରେ ଶତାଧିକ ରାଷ୍ଟ୍ର ଏହାର ତଦନ୍ତ ପାଇଁ ସହମତି ପ୍ରକାଶ କରିବା ପରେ ଚୀନ୍ର ସମସ୍ୟା ବଢ଼ିଯାଇଥିଲା। ଏବେ ଚୀନ୍ ତଦନ୍ତ ପାଇଁ ପୂର୍ଣ୍ଣ ସହମତି ପ୍ରକାଶ କରିଥବାରୁ ଏ ଦିଗରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଏବେ ଚୀନ୍-ଆମେରିକା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଦକ୍ଷିଣ ଚୀନ୍ ସାଗରରେ ଉଭୟ ଦେଶ ଯୁଦ୍ଧପୋତ ମୁତୟନ କରି ମୁହାଁମୁହିଁ ସ୍ଥିତିରେ ଅଛନ୍ତି।